fbpx

କେବେ ହେବ ‘ହାଲ୍ଲା ବୋଲ୍’? ୮ ମ୍ୟାଚ ବିଜୟ ପରେ ବି ରାଜସ୍ଥାନକୁ ମିଳିଲାନି ପ୍ଲେ-ଅଫ୍ ଟିକେଟ… କାହିଁକି?

ନୂଆଦିଲ୍ଲୀ: ଆଇପିଏଲରେ ରାଜସ୍ଥାନ ରୋୟଲ୍ସ ଦମଦାର ପ୍ରଦର୍ଶନ ଜାରି ରଖିଛି । ନିଜର ନବମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୭ ୱିକେଟରେ ମାତ୍ ଦେଇଛି ସଞ୍ଜୁ ସେନା । ଏହି ବିଜୟ ସହ ଦଳ ଚଳିତ ସିଜନର ଅଷ୍ଟମ ବିଜୟରୁ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନକୁ ପ୍ଲେ-ଅଫ୍ ପାଇଁ ଟିକେଟ ମିଳି ପାରିନାହିଁ । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି କ୍ରିକେଟ ଫ୍ୟାନ୍ସ । ୧୬ ପଏଣ୍ଟ ପାଇବା ମାତ୍ରେ ଆଇପିଏଲରେ ପ୍ଲେ-ଅଫ୍ ପାଇଁ ଦଳ ଉନ୍ନୀତ ହୋଇଥାଏ, ତେବେ ରାଜସ୍ଥାନ କ୍ଷେତ୍ରରେ ଏହା ସମ୍ଭବ ହୋଇ ପାରିନାହିଁ । ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ଦଳ ପାଖରେ Q ଚିହ୍ନ ଲାଗିନାହିଁ ।

ଲକ୍ଷ୍ନୌ ବିପକ୍ଷ ବିଜୟ ପରେ ରାଜସ୍ଥାନ ୧୬ ପଏଣ୍ଟ ପାଇଥିବା ବେଳେ ପ୍ଲେ-ଅଫ ପାଇଁ ଟିକେଟ ସୁନିଶ୍ଚିତ କରି ପାରି ନାହିଁ । ତେବେ ଏହାର ମୁଖ୍ୟ କାରଣ ପଏଣ୍ଟ ଟେବୁଲ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ବାଦ୍ ଦେଲେ ଟୁର୍ଣ୍ଣାମେଣ୍ଟ ବାକି ସମସ୍ତ(୮)ଟି ଦଳ ୧୬ ପଏଣ୍ଟ ହାସଲ କରିବା ପାଇଁ ସୁଯୋଗ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ଉଭୟ ଦଳ ନିଜର ଶେଷ ୫ଟି ଯାକ ମ୍ୟାଚରେ ବିଜୟୀ ହେଲେ, ଏହି ଦୁଇ ଦଳ ମଧ୍ୟ ୧୬ ପଏଣ୍ଟ ହାସଲ କରିବାର ସମ୍ଭାବନା ରହିଛି । ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟି ମ୍ୟାଚରୁ ଅଧିକ ପରାଜୟ ମ୍ୟାଚରେ ପରାସ୍ତ ହେଲେ, ଏହା ଦଳ ପାଇଁ ମହଙ୍ଗା ପଡ଼ିପାରେ ।

ସେପଟେ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛି । ତେଣୁ ୨ରୁ ଅଧିକ ମ୍ୟାଚରେ ପରାଜୟ ଦଳକୁ ପ୍ଲେ-ଅଫ୍ ରାସ୍ତା ଜଟିଳ କରିପାରେ । ଏହାପରେ ନେଟ୍ ରନ୍ ରେଟ୍ ମଧ୍ୟ ଏକ ଆଲୋଚନା ବିଷୟ ହୋଇପାରେ । ତେବେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ୮ଟି ମ୍ୟାଚରୁ ୫ଟି ଲେଖାଏଁ ବିଜୟ ସହ ରାଜସ୍ଥାନ ପରେ ପ୍ଲେ-ଅଫ୍ ଟିକେଟର ଖୁବ ନିକଟତର ରହିଛନ୍ତି । ତେବେ ରାଜସ୍ଥାକୁ ଆଉ ଗୋଟିଏ ବିଜୟ ଦଳକୁ ସିଧାସଳଖ ପ୍ଲେ-ଅଫରେ ସାମିଲ କରିବ । ତେବେ ଆଗାମୀ ଦିନରେ ଚେନ୍ନାଇ ସୁପର କିଙ୍ଗସ, ପଞ୍ଜାବ ଏବଂ କୋଲକାତାକୁ ଭେଟିବ ରାଜସ୍ଥାନ । ତେବେ ବାକି ସମସ୍ତ ମ୍ୟାଚରେ ପରାସ୍ତ ହେଲେ ମଧ୍ୟ ରାଜସ୍ଥାନ ପ୍ଲେ-ଅଫ୍ ପାଇଁ ଟିକେଟ ହାସଲ କରିପାରେ ।

Get real time updates directly on you device, subscribe now.