fbpx

ଅଭିନେତା ସାହିଲ ଖାନଙ୍କୁ ଗିରଫ କଲା ପୋଲିସ: ବେଟିଂ ଆପ୍ ମାମଲାରେ ଆରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସାହିଲ କାନଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ମହାଦେବ ବେଟିଂ ଆପ୍ ସ୍କାମ ମାମଲାରେ ଫସିଥିବା ବେଳେ ବର୍ତ୍ତମାନ ଗିରଫ ହୋଇଛନ୍ତି ସାହିଲ । ଛତିଶଗଡ଼ରୁ ମୁମ୍ବାଇ ସାଇବର ସେଲ ଏସଆଇଟି ଦ୍ୱାରା ଏହି ବଲିଉଡଷ୍ଟାରଙ୍କୁ ଗିରଫ କରାଯାଇଛି । ତେବେ ଏହା ପୂର୍ବରୁ ସାହିଲ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ମାନ କରି ଦେଇଥିଲେ । ଯାହା ପରେ ତାଙ୍କୁ ଗିରଫ କରାଯାଇଛି । ମହାଦେବ ଆପ୍ ବେଟିଂ ସ୍କାମ ମାମଲାରେ କିଛି ଦିନରୁ ତାଙ୍କ ନାଁ ଉଠିଥିବା ବେଳେ ବର୍ତ୍ତମାନ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.