fbpx

ବାରମ୍ବାର ପାର୍ଟନରଙ୍କୁ ମେସେଜ କରିବାର ଭୁଲ କରନ୍ତୁ ନାହିଁ, ବିଗିଡ଼ି ପାରେ ସମ୍ପର୍କ

ଓଡ଼ିଶା ଭାସ୍କର: ସମ୍ପର୍କ ବହୁତ ସୂକ୍ଷ୍ମ ଅଟେ । ତେଣୁ ଏହାକୁ ବଜାୟ ରଖିବା ପାଇଁ ବିଶ୍ୱାସ ଏବଂ ଧୈର୍ଯ୍ୟର ଆବଶ୍ୟକତା ହୋଇଥାଏ । ଅଧିକାଂଶ ମବକ୍ସସଦ୍ଭଶ ଏବଂ ଙ୍କଦ୍ଭୟରକ୍ସଗ୍ଦଗ୍ଧବଦ୍ଭୟସଦ୍ଭଶ ପାର୍ଟନର ପସନ୍ଦ କରିଥାନ୍ତି । କିନ୍ତୁ ବେଳେ ବେଳେ ଆବଶ୍ୟକତାରୁ ଅଧିକ ମବକ୍ସସଦ୍ଭଶ ସମ୍ପର୍କର ମଧୁରତାକୁ ନଷ୍ଟ କରିଦିଏ । ବେଳେ ବେଳେ ଆମେ ବିନା କିଛି ଭାବିଚିନ୍ତି ଅନ୍ୟ ପାର୍ଟନରଙ୍କୁ ମେସେଜ କରିଥାଉ । ସେମାନଙ୍କ ପ୍ରତ୍ୟେକ ପରିସ୍ଥିତି ବିଷୟରେ ଖବର ରଖିବା ଯେମିତି ଏକ ଅଭ୍ୟାସରେ ପରିଣତ ହୋଇଯାଏ । ଯେପରି ସେମାନେ କ’ଣ କରୁଛନ୍ତି, କେଉଁଠି ଅଛନ୍ତି, କହା ସହ ଅଛନ୍ତି ଇତ୍ୟାଦି । ବେଳେ ବେଳେ ପାର୍ଟନରଙ୍କ ରିପ୍ଲାଏ ନ ଆସିଲେ ଆମେ ସେମାନଙ୍କ ପରିସ୍ଥିତି ନ ଜାଣି ରାଗିଯାଉ । କେଉଁଠି ନା କେଉଁଠି ଆମେ ସବୁବେଳେ ସେମାନଙ୍କ ଆଟେନସନ୍ ଚାହିଁଥାଉ । ଏହା ସବୁବେଳେ ସମ୍ଭବ ନୁହେଁ । ଆମକୁ ଧ୍ୟାନ ରଖିବାକୁ ହେବ ଯେ ସମସ୍ତଙ୍କର ପର୍ସନାଲ ସ୍ପେସ୍ ରହିଛି ଏବଂ ଆମକୁ ତାହାର ସମ୍ମାନ କରିବାର ଅଛି । ଆପଣ ଯଦି ନିଜ ସମ୍ପର୍କକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ପାର୍ଟନଙ୍କୁ ବାରମ୍ବାର ମେସେଜ କରିବାର ଭୁଲ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ଏହାର ପରିଣାମ କ’ଣ ହୋଇପାରେ ।

୧. ପାର୍ଟନରଙ୍କୁ ବାରମ୍ବାର ମେସେଜ କରିବା ଦ୍ୱାରା ସେମାନଙ୍କୁ ଅନୁଭବ ହୋଇଥାଏ ଯେ ଆପଣ ତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କ ମକ୍ଟଦ୍ଭଗ୍ଧକ୍ସକ୍ଟକ୍ଷକ୍ଷସଦ୍ଭଶ ଦ୍ଭବଗ୍ଧଙ୍କକ୍ସର ପାଇଁ ପରବର୍ତ୍ତୀ ସମୟରେ ପାର୍ଟନର ଆପଣଙ୍କ ଠାରୁ ଦୂରେଇ ଯାଇପାରନ୍ତି ।

୨. ପାର୍ଟନରଙ୍କ ମବକ୍ସର କରିବା ଭଲ କଥା । କିନ୍ତୁ ଏହାର ଅତି ଭଲ ନୁହେଁ । ପାର୍ଟନରଙ୍କୁ ବାରମ୍ବାର ମେସେଜ କରିବା ଦ୍ୱାରା ସେମାନେ ବିରକ୍ତ ହୋଇଯାନ୍ତି । ସମ୍ପର୍କ ଦୃଢ଼ ହେବା ପରିବର୍ତ୍ତେ ଆହୁରି ଦୁର୍ବଳ ହୋଇଥାଏ ।

୩. ପାର୍ଟନର ଆପଣଙ୍କ ମେସେଜର ରିପ୍ଲାଏ ନଦେଲେ ଏହାର ଭୁଲ ଅର୍ଥ ବାହାର କରନ୍ତୁ ନାହିଁ । ହୁଏତ ସେ କେଉଁ କାର୍ଯ୍ୟରେ ବ୍ୟସ୍ତ ଥାଇପାରନ୍ତି । ତେଣୁ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ଅତି ଆବଶ୍ୟକତା ହେଲେ କଲ୍ କରିପାରନ୍ତି । ପରିସ୍ଥିତି ନ ଜାଣି ରିଆକ୍ଟ କରିବା ଉଚିତ ନୁହେଁ ।

୪. ବାରମ୍ବାର ମେସେଜ କରିବା ଦ୍ୱାରା ଆପଣଙ୍କ ଇମ୍ପୋର୍ଟାନ୍ସ ଧିରେ ଧିରେ କମିବାକୁ ଲାଗିଥାଏ । ପାର୍ଟନରଙ୍କ ପସର୍ନାଲ ସ୍ପେସ୍ ଉପରେ ସବୁବେଳେ ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହା ଦ୍ୱାରା ପାର୍ଟନର ଅପଣଙ୍କ ଆଭଏଡ୍ କରିବା ଆରମ୍ଭ କରିଥାନ୍ତି ।

 

 

Get real time updates directly on you device, subscribe now.