fbpx

ରିଲ୍ସ ଏବଂ ପୋଷ୍ଟ ଦେଖିବା ପାଇଁ ଦେବାକୁ ପଡିବ କି ଟଙ୍କା? ଜାଣନ୍ତୁ ଇନଷ୍ଟାଗ୍ରାମର ନୂଆ ଫିଚର ବିଷୟରେ..

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବର୍ତ୍ତମାନ ଖୁବ ଲୋକପ୍ରିୟ ହୋଇଛି । କମ୍ପାନୀ ପାଖେ ୨ ମିଲିୟନରୁ ଅଧିକ ଆକ୍ଟିଭ ସବସ୍କ୍ରିପସନ ଅଛି । ସେହିପରି ଏବେ ଇନଷ୍ଟାଗ୍ରାମରେ ଏକ ନୂଆ ଫିଚର ଆସିବାକୁ ଯାଉଛି । ଯେଉଁଥିରେ ଆପଣଙ୍କୁ ନିଜ ଫେବରେଟ କଣ୍ଟେଣ୍ଟ କ୍ରିଏଟରଙ୍କୁ ଫଲୋ କରିବା ଲାଗି ଟଙ୍କା ଦେବାକୁ ପଡିବ । ଅର୍ଥାତ ଆପଣ ତାଙ୍କୁ ପେଡ ସବସ୍କ୍ରିପସନ ଜରିଆରେ ସପୋର୍ଟ କରିପାରିବେ ।

ଇନଷ୍ଟାଗ୍ରାମର ଏହି ନୂଆ ଫିଚରର ନାମ ସବସ୍କ୍ରିପସନ ଷ୍ଟୋରୀଜ ଟିଜର । ଯେଉଁଥିରେ ନନ୍‌-ସବସ୍କ୍ରିପସନକୁ କଣ୍ଟେଣ୍ଟ କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଦେଖିବା ଲାଗି ପେମେଣ୍ଟ କରିବାକୁ ହେବ । ଇନଷ୍ଟାଗ୍ରାମରେ ଏହି ଫିଚର କ୍ରିଏଟର୍ସର ଷ୍ଟୋରୀଜରେ ଓନଲୀ ସବସ୍କ୍ରିପସନ କଣ୍ଟେଣ୍ଟ ଦେଖାଇଥାଏ । ଏଥିରେ ଏହା କଣ୍ଟେଣ୍ଟ ନନ୍‌-ସବସ୍କ୍ରିପସନକୁ ଦେଖାଇନଥାଏ । ଏହିପରି ଯଦି ଆପଣ ଏଥିପାଇଁ ପେମେଣ୍ଟ କରୁଛନ୍ତି ତେବେ ଆପଣ ସହଜରେ ଏହି ପେଡ କଣ୍ଟେଣ୍ଟ ଦେଖିପାରିବେ ।

ଏହି ନୂଆ ଫିଚର ସାରା ଦୁନିଆର କ୍ରିଏଟର୍ସଙ୍କୁ ଟଙ୍କା ରୋଜଗାରର ସୁଯୋଗ ଦେବ । କମ୍ପାନୀ ଏହି ନୂଆ ଟୁଲର ସବସ୍କ୍ରିପସନ ଆରମ୍ଭ କରିସାରିଛି । ଏଥିରେ କ୍ରିଏଟର୍ସ ମଧ୍ୟ ଏହା ଚେକ କରିପାରିବେ ଯେ, ତାଙ୍କ ସବସ୍କ୍ରିପସନ ଟୁକ କିପରି ଭାବେ କାମ କରୁଛି । ଏଥିସହ କ୍ରିଏଟର୍ସମାନେ ସହଜରେ ଜାଣିପାରିବେ ଯେ, ତାଙ୍କ ଷ୍ଟୋରୀ ସବସ୍କ୍ରିପସନ ଷ୍ଟିକର ଉପରେ କେତେ ଲୋକ ଟ୍ୟାପ କରିଛନ୍ତି ।

Get real time updates directly on you device, subscribe now.