fbpx

M.Genetalium ବ୍ୟାକ୍ଟେରିଆ ବଢ଼ାଇଲା ଚିନ୍ତା: ବିନା ଲକ୍ଷଣରେ ବର୍ଷ ବର୍ଷ ରହୁଛି, ମହିଳାଙ୍କଠାରେ ବନ୍ଧ୍ୟାପଣ, ରକ୍ତସ୍ରାବ, ଫୁଲା, ଯନ୍ତ୍ରଣା ଆଶଙ୍କା

ନୂଆଦିଲ୍ଲୀ: ଆମେରିକାର ଲୋକଙ୍କଠାରେ ଏକ ସୁପରବଗ (ବ୍ୟାକ୍ଟେରିଆ) ବହୁଳ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ବ୍ୟାକ୍ଟେରିଆ ମଣିଷ ଠାରେ ସେକ୍ସୁଆଲ ଟ୍ରାନ୍ସମିଟିଡ ଡିଜିଜ (ଏସଟିଆଇ) ସୃଷ୍ଟି କରିପାରେ । ଫଳରେ ଲୋକଙ୍କମାନେ ଇନଫର୍ଟିଲିଟିର ଶିକାର ହେବାର ସମ୍ଭାବନା ରହିଛି । ସୁପରବଗ ସାମାନ୍ୟ ଭାବେ ଏକ ବ୍ୟାକ୍ଟେରିଆ ପରି ହୋଇଥାଏ । ଏହାର କିଛି ସ୍ୱଭାବ ଅଧିକ ହାନିକାରକ ହୋଇନଥିବା ବେଳେ ଆଉ କିଛି ଅତ୍ୟଧିକ ଭୟଙ୍କର ହୋଇଥାଏ ।

ଏହି ସୁପରବଗର ନାମ ହେଉଛି ମାଇକୋପ୍ଲାଜମା ଜେନିଟେଲିୟମ । ଏହା ଏତେ ଭୟଙ୍କର କି ବର୍ତ୍ତମାନ ସୁଦ୍ଧା ଏହାର ଚିକିତ୍ସା ପାଇଁ ଆଣ୍ଟିବାୟୋଟିକର ବ୍ୟବହାର କରାଯାଉଛି । ୧୯୮୦ରେ ପ୍ରଥମ ଥର ପାଇଁ ଏହି ବ୍ୟାକ୍ଟେରିଆର ସନ୍ଧ୍ୟାନ ମିଳିଥିଲା । ଏହି ବିମାରୀର ସନ୍ଧାନ ପାଇଁ ୨୦୧୯ରେ ଆମେରିକାରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ଟେଷ୍ଟ ବର୍ତ୍ତମାନ କେବଳ ଆମେରିକାରେ ସୀମିତ ରହିଛି । ଅର୍ଥାତ ଏହି ବ୍ୟାକ୍ଟେିଆ ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଛି କି ନା ସେନେଇ ବୈଜ୍ଞାନିକମାନେ ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ହୋଇନାହାନ୍ତି ।

ନିକଟରେ ଆମେରିକାର ୧୦୦ ଜଣଙ୍କ ମଧ୍ୟରୁ ଜଣଙ୍କ ଠାରେ ଏମ. ଜେନିଟେଲିୟମ ଚିହ୍ନଟ ହୋଇଛି । ମାତ୍ର ଏହାର ସଂକ୍ରମଣ ଅଧିକ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି ସଂକ୍ରମଣ କାରଣରୁ ବନ୍ଧ୍ୟାପଣ, ପ୍ରିମ୍ୟାଚ୍ୟୁର ଜନ୍ମ, ଗର୍ଭପାତ, ଗର୍ଭାଶୟ ସୂଜନ ସମ୍ବନ୍ଧିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏସଟିଆଇର ଚିକିତ୍ସା ପାଇଁ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେଡିସନ କ୍ଷେତ୍ରରେ ଏହି ବ୍ୟାକ୍ଟେରିଆ ରେଜିଷ୍ଟେନ୍ସ ସୃଷ୍ଟି କରିପାରୁଛି । ତେଣୁ ଏହାର ଚିକିତ୍ସା କରିବା ମୁସ୍କିଲ ହୋଇ ପଡ଼ିଛି । ଏହି ବ୍ୟାକ୍ଟେରିଆ ମାମଲାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ମାତ୍ର ଲୋକଙ୍କ ଭିତରେ ବର୍ଷ ବର୍ଷ ଧରି ରହିଥାଏ ।

ଏହାର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଏକ ବିକଳ୍ପ ବାହାର କରିଛନ୍ତି । ସାଇଡ୍ ଇଫେକ୍ଟ କାରଣରୁ ତାହା ଗର୍ଭବତୀ ମହିଳାଙ୍କ ଠାରେ ପ୍ରୟୋଗ କରିବା ଅସମ୍ଭବ । ଏହି ବ୍ୟାକ୍ଟେିଆ ମେଡିସନ ଆଗରେ ଅତି ସହଜରେ ସର୍ଭାଇଭ କରିପାରୁଛି । ସୁପରବଗ କାରଣରୁ ପ୍ରତ୍ୟେକ ବର୍ଷ ୭୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଗ୍ଲୋବାଲ ୱାର୍ମି ପରି ଏହି ବ୍ୟାକ୍ଟେରିଆକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବାକୁ ଏକ୍ସପର୍ଟମାନେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.