fbpx

ନା ପୋଡା ଯାଏ ନା ପୋତା ଯାଏ;ତେବେ ଶବ ଯାଉଛି କୁଆଡେ?

ନୂଆଦିଲ୍ଲୀ: ଭାରତ ଏଭଳି ଦେଶରେ ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଏଠାରେ କାହାର ପରମ୍ପରା ଭିନ୍ନ ହୋଇଥାଏ ତ ଆଉ କାହାର ରୀତିନୀତି ଭିନ୍ନ । ଯେଉଁଥିପାଇଁ ସେମାନେ ପରସ୍ପର ଠାରୁ ଅଲଗା ହୋଇଥାନ୍ତି । କିନ୍ତୁ ସବୁ ପରେ ମଧ୍ୟ ସବୁ ସମ୍ପ୍ରଦାୟକୁ ଭାରତବର୍ଷରେ ସମାନ ସ୍ଥାନ ଦିଆଯାଇଛି । ସେଥିପାଇଁ ଭାରତକୁ ବହୁଧର୍ମର ଦେଶ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏଠାରେ ବସବାସ କରୁଥିବା ଜନଜାତି ‘ବସୁଧେବ କୁଟୁମ୍ବକମ’ ଉପରେ ବିଶ୍ୱାସ କରନ୍ତି । ଭାରତରେ ହିନ୍ଦୁ ,ମୁସଲିମ,ଶିଖ,ପାର୍ସୀ,ଇଶାୟୀ ଆଦି ଅନେକ ଧର୍ମର ଜନଜାତି ବସବାସ କରନ୍ତି । ତେବେ ସବୁ ଧର୍ମର କିଛି ବାସ୍ତବିକତା ଏବଂ ସ୍ୱତନ୍ତ୍ରତା ରହିଛି । ଯାହା ପାଇଁ ସେମାନେ ସବୁ ସମ୍ପ୍ରଦାୟ ଠାରୁ ଭିନ୍ନ ହୋଇଥାନ୍ତି ।

ସେହିଭଳି କିଛି ଭିନ୍ନ ସମ୍ପ୍ରଦାୟ ମଧ୍ୟରୁ ଗୋଟିଏ ହେଉଛି ପାର୍ସୀ ସମ୍ପ୍ରଦାୟ । ଏହି ସମ୍ପ୍ରଦାୟ ଲୋକମାନଙ୍କ ଅନେକ କଥା ହିନ୍ଦୁ ରୀତିନୀତି ଠାରୁ ସମ୍ପୁର୍ଣ୍ଣ ଅଲଗା । ମୁଖ୍ୟତଃ ପାର୍ସୀ ସଭ୍ୟତାରେ ପୃଥିବୀ ଆଉ ଅଗ୍ନି ସବୁ ଠାରୁ ଅଧିକ ମହତ୍ତ୍ୱ ବହନ କରେ । ଯେଉଁଥିପାଇଁ ସେମାନେ ଶବ ଦାହ କରି ନଥାନ୍ତି, ନା ସେମାନେ ତାଙ୍କ ଶବକୁ ପୋଡନ୍ତି ନାଁ ତାଙ୍କୁ ପୋତନ୍ତି । ତେବେ ଏହି ପାର୍ସୀ ସମ୍ପ୍ରଦାୟର କଣ ରହିଛି ଶବଦାହର ପ୍ରଥା ଆସନ୍ତୁ ଜାଣିବା ।

କିପରି ହୋଇଥାଏ ଶବ ଦାହ: ପାର୍ସୀ ସଭ୍ୟତାରେ ‘ଟାୱାର ଅଫ ସାଇଲେନ୍ସ’ କୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ଯାହାକି ଏକ ଗୁମ୍ଫା ପରି ହୋଇଥାଏ । ତେବେ ଏହି ସମ୍ପ୍ରଦାୟ କୈଣସି ଲୋକଙ୍କ ମୃତ୍ୟୁ ହେବା ପରେ ତାଙ୍କ ଶବକୁ ନେଇ ଏହି ଟାୱାର ଅଫ ସାଇଲେନ୍ସ ଠାରେ ଛାଡି ଦିଆଯାଏ । ଏଠାରେ ମଣିଷର ଶବ ଖରାରେ ନଷ୍ଟ ହେବା ପାଇଁ ଖୋଲାରେ ଛାଡି ଦିଆଯାଏ । ଏତତ୍ ବ୍ୟତୀତ ମଣିଷଙ୍କ ଏହି ମାଂସକୁ ସେଠାରେ ଥିବା ମାଂସାହାରୀ ପକ୍ଷୀ ଖାଇଥାନ୍ତି । ତେବେ ଏହିଭଳି ଏକ ‘ଟାୱାର ଅଫ ସାଇଲେନ୍ସ’ ମୁମ୍ବାଇରେ ନିର୍ମାଣ କରାଯାଇଛି । ଯାହାକି ମୁଖ୍ୟତଃ ଜନବସତି ଠାରୁ ବହୁ ଦୂରରେ ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.