fbpx

ଏତେ ବଡ଼ ଦଣ୍ଡ: ପୂର୍ବତନ ଭାରତୀୟ କ୍ରିକେଟର ୧୪ ବର୍ଷ ପାଇଁ ବ୍ୟାନ, ICCର କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜଣେ କ୍ରିକେଟର ମ୍ୟାଚ ଫିକ୍ସିଂ କାରଣରୁ ବହୁତ ବଡ଼ ଦଣ୍ଡ ଭୋଗିଛନ୍ତି । ମ୍ୟାଚ ଫିକ୍ସିଂ କାରଣରୁ ଉକ୍ତ କ୍ରିକେଟରଙ୍କୁ ୧୪ ବର୍ଷ ପାଇଁ ବ୍ୟାନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଏନେଇ ଆଇସିସି ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ୨୦୧୯ରେ ଖେଳାଯାଇଥିବା ଏକ ମ୍ୟାଚରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମ୍ୟାଚ ଫିକ୍ସିଂ କାରଣରୁ ମୋଟ ୭ ଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନା ମୁତାବକ, ମେହର ଛାୟରକରଙ୍କୁ ଆଇସିସି ଏହି ଦଣ୍ଡ ବିଧାନ କରିଛି । ୨୦୧୯ରେ ସଂଯୁକ୍ତ ଅରବ ଅମିରାତ (ୟୁଏଇ)ର ଏକ ଅନ୍ତର୍ଜାତୀୟ ସିରିଜ ଓ ସେହି ବର୍ଷ କାନାଡ଼ାରେ ଅନୁଷ୍ଠିତ ଟି-୨୦ ଫ୍ରାଞ୍ଚାଇଜ ଟୁର୍ଣ୍ଣାମେଣ୍ଟର ମ୍ୟାଚ ଫିକ୍ସିଂ ମାମଲାରେ ମେହରଙ୍କ ସହ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ଖେଳାଳିମାନଙ୍କ ଉପରେ କ୍ରିକେଟ ସହ ଜଡ଼ିତ ସମସ୍ତ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଆଇସିସିର ଭ୍ରଷ୍ଟାଚାର ରୋଧୀ ସଂସ୍ଥା ପକ୍ଷରୁ ଶୁଣାଣି କରାଯାଇ ମେହେରଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ଏହା ପୂର୍ବରୁ ଅମିରାତର ଏକ ରାଷ୍ଟ୍ରୀୟ ଟିମର ଦୁଇ ଜଣ ଖେଳାଳିଙ୍କ ଉପରେ ଆଇସିସି କଟକଣା ଲାଗୁ କରିଥିଲା । ମେହେର ଭ୍ରଷ୍ଟାଚାର ନିରୋଧକ ସଂହିତା ଉଲ୍ଲଂଘନ କରିଥିବା ଉକ୍ତ ଦୁଇ ଖେଳାଳି ସ୍ୱୀକାର କରିଥିଲେ । ମେହେର ଜଣେ ୱିକେଟକିପର ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ସେ ୟୁଏଇରେ ଟପ ଲିଗରେ ଖେଳୁଥିଲେ । ୨୦୧୨ରେ ସେ ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ମେହେର ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.