fbpx

ଆଧାର କାର୍ଡ ୧୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି କି? ଏମିତି ନ କଲେ ଭୋଗିବେ ପରିଣାମ…

ନୂଆଦିଲ୍ଲୀ: ଆଧାର କାର୍ଡ ଏବଂ ଏହାର ନିୟମକୁ ନେଇ ଏବେ ଆସିଛି ଆଉ ଏକ ବଡ ଖବର । ଦେଶରେ ଏବେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିର ପ୍ରଥମ ପରିଚୟ ପାଲଟିଛି । ସମସ୍ତ ସରକାରୀ କାମ ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଛି । ତେବେ ଏହାକୁ ନେଇ କିଛି ପରିବର୍ତ୍ତନ ଆଣିଛି ଆଧାର କାର୍ଡ ଜାରି କରୁଥିବା ସଂସ୍ଥା । ୧୦ ବର୍ଷରୁ ଅଧିକ ପୁରୁଣା କାର୍ଡକୁ ନେଇ ହୋଇଛି ଏହି ପରିବର୍ତ୍ତନ ।

ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ୟୁଆଇଡିଏଆଇ ଏହି କାର୍ଡଗୁଡିକର ସମ୍ପୂର୍ଣ୍ଣ ତଥ୍ୟ ଅପଡେଟ କରିବା ପାଇଁ ପରାମର୍ଶ ଦେଇଛି । ଆଧାର କାର୍ଡଧାରୀମାନଙ୍କୁ ନିଜ ପରିଚୟ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଦସ୍ତାବିଜ ଅପଡେଟ କରିବା ପାଇଁ ମଧ୍ୟ କହିଛି ୟୁଆଇଡିଏଆଇ । ତେବେ ଅନଲାଇନ ଏବଂ ଅଫଲାଇନରେ ଆଧାର କାର୍ଡକୁ ଅପଡେଟ କରାଯାଇପାରିବ । ତେବେ କେବଳ ୧୦ ବର୍ଷ କିମ୍ବା ତା ପୂର୍ବରୁ ତିଆରି ହୋଇଥିବା ଆଧାର କାର୍ଡଗୁଡିକୁ ଆଉଥରେ ଅପଡେଟ କରିବା ଆବଶ୍ୟକ ହୋଇପଡିଛି ।

ୟୁଆଇଏଡିଆଇ ଏ ନେଇ ସୂଚନା ଦେଇ କହିଛି ଯେ, ଏହା କରିବା ନିହାତି ଜରୁରୀ ନୁହେଁ । କିନ୍ତୁ ଅଫିସିଆଲ ହିସାବରେ ଏହା କରିନେବା ଦେଶର ନାଗରିକ ମାନଙ୍କ ପାଇଁ ଉଚିତ ରହିବ । ତେବେ ୧୦ ବର୍ଷ ପୂର୍ବେ ହୋଇଥିବା ଆଧାର କାର୍ଡ ଯାହା ଆଜି ପର୍ଯ୍ୟନ୍ତ ଥରେ ମଧ୍ୟ ଅପଡେଟ ହୋଇନାହିଁ, ସେସବୁକୁ ଏବେ ଅପଡେଟ କରିବାର ସମୟ ହୋଇଛି ।

କିପରି ଅପଡେଟ କରିବେ ନିଜ ଆଧାର କାର୍ଡ?
• ଅନଲୋଇନ ଆଦାର ଅପଡେଟ ପାଇଁ ପ୍ରଥମେ ମାଇଁ ଆଧାର ପୋର୍ଟାଲକୁ ଯାଆନ୍ତୁ
• ଅଦାର ହୋଲ୍ଡର ଆଦାର ସେଣ୍ଟରରେ ମଧ୍ୟ ଯାଇ ଆପଣ ଏହି କାମ କରିପାରିବେ
• ଏଥିପାଇଁ ଆଧାର ହୋଲ୍ଡରଙ୍କୁ କିଛି ଶୁଳ୍କ ଦେବାକୁ ପଡିପାରେ ।

Get real time updates directly on you device, subscribe now.