ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ଶାଢି: ସମସ୍ତ ମନୋକାମନା ହେବ ପୂର୍ଣ୍ଣ,ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ରଙ୍ଗ ଶୁଭ

ଆଜି ପୁରା ଦେଶରେ କରୱା ଚୌତ ବତ୍ର ପାଳନ କରାଯାଉଛି । ଏହିଦିନ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ଏବଂ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି । ଏଥିସହିତ ଚନ୍ଦ୍ରଙ୍କୁ ଦେଖିବା ପରେ ପାଣି ପିଇ ସେମାନେ ନିଜ ବ୍ରତ ଖୋଲନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି କରୱାଚୌତ ଦିନ ରାଶି ଅନୁସାରେ ଶାଢୀ ପିନ୍ଧିଲେ କିମ୍ବା ଶୃଙ୍ଗାର ହେଲେ ବହୁତ ଶୁଭ ଫଳ ମିଳିଥାଏ ଏବଂ ସେମାନଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ରାଶିର ନାରୀ କେଉଁ ରଙ୍ଗର ଶାଢି ପିନ୍ଧିବା ଦ୍ୱାରା ସେମାନଙ୍କ ପାଇଁ ଶୁଭ ହୋଇଥାଏ ।

ମେଷ: ଏହି ରାଶିର ନାମୀମାନେ ପୂଜା ସମୟରେ ଲାଲ ଏବଂ ସୁନେଲି ରଙ୍ଗର ଶାଢି ପିନ୍ଧି ପୂଜା କରିଲେ ଏହା ତାଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବ । କାରଣ ମଙ୍ଗଳ ଗ୍ରହ ଏହି ରାଶିର ସ୍ୱାମୀ ହୋଇଥିବାରୁ ଲାଲ୍ ଏବଂ ସୁନେଲି ରଙ୍ଗ ସେମାନଙ୍କ ପାଇଁ ଶୁଭ ହୋଇଥାଏ ।

ବୃଷ: ବୃଷ ରାଶିର ସ୍ୱାମୀ ଗ୍ରହ ଶୁକ୍ର ହୋଇଥିବାରୁ ଏହି ରାଶିର ମହିଳାମାନେ ପୂଜା ସମୟରେ ରୂପେଲି କିମ୍ବା ସବୁଜ ରଙ୍ଗର ଶାଢି ପିନ୍ଧିବା ସେମାନଙ୍କ ପାଇଁ ଅନେକ ମଙ୍ଗଳ ଆଣିଥାଏ ଏବଂ ସେମାନଙଅକ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ମହିଳାମାନଙ୍କ ପାଇଁ ସବୁଜ ରଙ୍ଗ ବହୁତ ଶୁଭ ହୋଇଥାଏ । ତେଣୁ ପୂଜା ସମୟରେ ଏହି ରାଶିର ମହିଳାମାନେ ସବୁଜ ଶାଢି ଏବଂ ଲାଲ୍ ଚୁଡି ପିନ୍ଧି ଚାନ୍ଦ ବନ୍ଧାନ୍ତୁ ।

କର୍କଟ: କର୍କଟ ରାଶିର ମହିଳାମାନେ କରୱାଚୌତ ବତ୍ର ସମୟରେ ଲାଲି ଏବଂ ଧଳା ରଙ୍ଗ ମିଶା ଶାଢି ପିନ୍ଧି ପୂଜା କରନ୍ତୁ । ଏହା ସେମାନଙ୍କୁ ଅନେକ ଶୁଭ ଫଲ ପ୍ରଦାନ କରିଥାଏ ।

ସିହଂ: ସିହଂ ରାଶିର ନାରୀମାନେ ପୂଜା ସମୟରେ ଲାଲ୍ , ଗୋଲାପି କିମ୍ବା କମଳା ରଙ୍ଗର ଶାଢି ପିନ୍ଧି ପୂଜା କରନ୍ତୁ । ଏହା ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେବ ।

କନ୍ୟା: ବୁଧ କନ୍ୟା ରାଶିର ସ୍ୱାମୀ ଗ୍ରହ ବୋଲି କୁହାଯାଇଥାଏ । ତେଣୁ ଏହି ରାଶିର ମହିଳାମାନେ ନାଲି, ସବୁଜ କିମ୍ବା ସୁନେଲି ରଙ୍ଗର ଶାଢି ପିନ୍ଧି ପୂଜା କରିବା ଦ୍ୱାରା ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ତୁଳା: ଏହି ରାଶିର ମହିଳାମାନେ ଆଜି ପୂଜା ସମୟରେ ଲାଲ୍ ସୁନେଲି କିମ୍ବା ସିଲିଭର ରଙ୍ଗର ଶାଢି ପିନ୍ଧିବା ସେମାନଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିଥାଏ ।

ବିଚ୍ଛା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ମହିଳାମାନେ କରୱାଚୌତ ପୂଜା ସମୟରେ ଲାଲ୍ ମେରୁନ୍ ସ କିମ୍ବା ଗୋଲ୍ଡଡେନ ରଙ୍ଗ ର ଶାଢି ପିନ୍ଧନ୍ତୁ । ଯାହାକି ସେମାନଙ୍କୁ ବହୁତ ଶୁଭ ଫଳ ପ୍ରଦାନ କରିବ ।

ଧନୁ: ଏହି ରାଶିର ମହିଳାମାନେ ହଳଦିଆ କିମ୍ବା ଆକାଶି ରଙ୍ଗର ଶାଢି ପିନ୍ଧି ପୂଜା କରନ୍ତୁ । ଏହା ସେମାନଙ୍କୁ ଶୁଭ ଫଲ ପ୍ରଦାନ କରିବା ସହିତ ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେବ ।

ମକର: ଶନିଙ୍କୁ ମକର ରାଶିର ସ୍ୱାମୀ ଗ୍ରହ ଭାବରେ ବିବେଚନା କରାଯାଏ । ତେଣୁ ଏହି ରାଶିର ମହିଳାମାନେ ପୂଜା ସମୟରେ ନୀଳ ରଙ୍ଗର ଶାଢି ପିନ୍ଧି ପୀଜା କରିଲେ ଅନେକ ଶୁଭ ଫଲ ମିଳିଥାଏ ।

କୁମ୍ଭ: ଏହି ରାଶିର ମହିଳାମାନେ କରୱାଚୌତ ପୂଜା ସମୟରେ ସିଲଭର କିମ୍ବା ନିଳ ରଙ୍ଗର ଶାଢି ପିନ୍ଧିି ପୂଜା କରିବା ଦ୍ୱାରା ଏହା ଅନେକ ପ୍ରକାର ଶୁଭ ଫଳ ପ୍ରଦାନ କରିଥାଏ ।

ମୀନ: ଏହି ରାଶିର ବ୍ୟକ୍ତିମାନେ ପୂଜା ସମୟରେ ଲାଲ୍ କିମ୍ବା ଗୋଲ୍ଡଡେନ ରଙ୍ଗର ଶାଢି ପିନ୍ଧି ପବଡା କରିବା ଦ୍ୱାରା ଏହା ସେମାନଙ୍କ ସ୍ୱାମୀଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏଥିସହିତ ଘରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ ।