fbpx

(Video) ଭୋକ ହେଲା ଅସହ୍ୟ, ପଲିଥିନ୍ ନେଇଗଲା ଗାଈର ଜୀବନ, ମା’କୁ ଝୁରୁଛି ଛୁଆ ବାଛୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ ତୁ ଉଠ । ଉଠ ମା’ ଉଠ । ତୋର ଯଦି କ’ଣ ହେଇଯାଏ ମୁଁ କେମିତି ବଞ୍ଚିବି । ତୁ ତ ମୋର ସାହା ଆଉ ଭରସା । ତୋ ସାଙ୍ଗରେ ମୁଁ ସାରା ଦୁନିଆ ଦେଖିବି । ଏ ମଣିଷ ମାନଙ୍କୁ ଚିହ୍ନିବି । ତୁ ମୋତେ ଛାଡ଼ିକି ଚାଲିଗଲେ ମୁଁ କେମିତି ବଞ୍ଚି ବି ମା’ । ଏ ମଣିଷ ମାନେ ମୋ ମାକୁ ଭଲ କରାଇ ଦିଅ । ତାକୁ ଟିକେ ଡାକ୍ତରଖାନା ନେଇ ଯାଅ । ତା’ ଦେହ ବହୁତ ଖରାପ । ସେ କଣ ଗୋଟେ ଖାଇ ଦେଇଛି ।

ଯଦି ଆଜି ବାଛୁରିର ମୁହଁ ଖୋଲୁ ଥାନ୍ତା ତେବେ ଏମିତି କିଛି ଆଜି କହିଥାନ୍ତା ବାଛୁରିଟି । ହେଲେ ସେ କହି ନପାରିଲେ କ’ଣ ହେଲା ମନରେ ଏମିତି କିଛି ଭାବନାକୁ ନେଇ ଅସୁସ୍ଥ ମା’ ଗାଈ ପାଖରେ ଶୋଇ ରହିଛି ଛୁଆ ବାଛୁରୀ । ଆଖିରୁ ଲୁହ ନିଗିଡ଼ାଇ ମା’ ପାଖରେ ନଦିଘସି ହେଉଛି । ସମସ୍ତଙ୍କୁ ଚାହିଁ ଯେମିତି ସାହାଯ୍ୟର ଭିକ ମାଗୁଛି । କାରଣ ତା ମା ଆଜି ଅସୁସ୍ଥ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ପଟିଆ ଅଞ୍ଚଳରେ ।

ଖବର ମୁତାବକ, ଅସୁସ୍ଥ ଗାଈଟି କିଛି ଦିନ ହେବ ଖାଦ୍ୟ ନପାଇ କେବଳ ଅଖାଦ୍ୟ ଖାଉଥିଲା । ରାସ୍ତାରୁ ପଲିଥିନ ଗୋଟାଇ ଖାଇ ଚାଲିଥିଲା । କାରଣ ଭୋକ ସହି ପାରୁନଥିଲା ଗାଈଟି । ଖାଇଲେ ସିନା ତା’ ଛୁଆକୁ କ୍ଷୀର ଦେବ । ହେଲେ ସେ କ’ଣ ଜାଣିଥିଲା ଏ ପଲିଥିନ ତା’ର ଖାଇବା ନୁହେଁ ବୋଲି । ତେବେ ପଲିଥିନ ଅଧିକ ମାତ୍ରାରେ ଖାଇବା ଫଳରେ ଗାଈଟିର ଅବସ୍ଥା ବିଗିଡ଼ି ଯାଇ ପେଟ ଫୁଲିବାରେ ଲାଗିଥିଲା । ପରେ ଗାଈଟିର ଚିକିତ୍ସା କରାଯାଇଥିଲେ ହେଁ ତା’ର ମୃତ୍ୟୁ ଘଟିଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ରାସ୍ତା ଉପରେ ପଡ଼ିଥିବା ପଲିଥିନ ପାଇଁ ଆଜି ଗୋଟିଏ ନିରୀହ ମା’ ଗାଈର ମୃତ୍ୟୁ ଘଟିଗଲା । ଆଉ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ତା’ର ଛୁଆ ବାଛୁରୀ ।

Get real time updates directly on you device, subscribe now.