fbpx
BJD SKY
BJD SKY

ମୋମିନପୁର ହିଂସା:ମମତାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସୁଭେନ୍ଦୁ କହିଲେ ଭୋଟବ୍ୟାଙ୍କ ପାଇଁ ବିବାଦ କରୁଛନ୍ତି …

BJD

ମମତା ହିନ୍ଦୁ ସମାଜକୁ କୋଲକାତାରୁ ହଟେଇବାକୁ ପ୍ରାୟସ କରୁଛନ୍ତି । ଏପରି କିଛି ଅଭିଯୋଗ ଲଗାଇଛନ୍ତି ବିପକ୍ଷ ଦଳର ନେତା ସୁଭେନ୍ଦୁ ଅଧିକାରୀ । ମୋମିନପୁର ହିଂସାକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ମାଡ ମାରିବା ପରେ ପଶ୍ଚିମବଙ୍ଗ ବିଧାନସଭାରେ ବିରେଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ଶୁକ୍ରବାର ଦିନ ଏହି ଅଭିଯୋଗ କରିଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ କୋଲକତାର କିଛି ନିଦ୍ଦିଷ୍ଟ ସ୍ଥାନରୁ ହିନ୍ଦୁମାନଙ୍କୁ ହଟାଇବାକୁ ପ୍ରାୟସ କରୁଛନ୍ତି ମମତା।

ସୂଚନାମୁତାବକ, ନିର୍ବାଚନକୁ ନଜରରେ ରଖି ଏପରି କର।ଯାଉଛି। ଏହା ସହ ହିନ୍ଦୁମାନଙ୍କ ଭୋଟ ବିଜେପି ସପକ୍ଷରେ ରହିଥିବାରୁ ଏପରି କର।ଯାଉଛି । ତେବେ ମୋମିନପୁର, ଇକବାଲପୁର ଏବଂ ଖିଦିରପୁର ଭଳି ସ୍ଥାନରୁ ହିନ୍ଦୁମାନଙ୍କୁ ହଟାଇବା ସହ ସାମ୍ପ୍ରଦାୟିକ ଅଭିଯାନ ଚଳାଇବାକୁ ଚାହୁଁଛି ଟିଏମସି । ଭୋଟବ୍ୟାଙ୍କ ପାଇଁ ଏଭଳି ଧମକ ପୁର୍ଣ୍ଣ ରାଜନୀତି କର।ଯାଉଛି ବୋଲି ସୂଚନା ରହିଛି । ତେବେ ଏସବୁରୁ ସୁରକ୍ଷା ପାଇବା ପାଇଁ ଅଧିକାରୀ ଚିଠି ମାଧ୍ୟମରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟପାଳ ଲା ଗଣେସଙ୍କୁ ଜଣାଇଛନ୍ତି। ଏହା ସହ ତୁରନ୍ତ ସୁରକ୍ଷା ବାହିନୀକୁ ନିୟୋଜିତ କରିବାକୁ କହିଛନ୍ତି । ତେବେ ଶୁକ୍ରବାର ଦିନ ସଂନ୍ଧ୍ୟାରେ ଘଟିଥିବା ହିଂସା କାଣ୍ଡରେ ବହୁ ହିନ୍ଦୁଙ୍କର ଦୋକାନ ଏବଂ ମୋଟରସାଇକେଲକୁ ଭଙ୍ଗାରୁଜା କର।ଯାଇଥିଲା। ଏହାକୁ ନଜରରେ ରଖି ପଶ୍ଚିମବଙ୍ଗ

ହାଇକୋର୍ଟ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଏସଆଇଟି ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହଦ୍ୱାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିଦ୍ଦେଶ ଦେଇଛନ୍ତି । ଏହା ସହ ପୁନଃବାର ହିଂସାର ପୁନରାବୃତି ଯେମିତି ନ ହୁଏ ସେଥିପାଇଁ ମଧ୍ୟ କଡା ନିର୍ଦ୍ଦେଶ ନିଆଯାଇଛି । ଖବରଅନୁଯାୟୀ , ମିଲାଦ-ଉନ-ନାବି ପର୍ବ ପାଇଁ ମୋମିନପୁରରେ ଏକ ଧାର୍ମିୟ ପତକା ଲଗାଯିବା ପରେ ରବିବାରଠାରୁ ହିଂସା ଆରମ୍ଭ ହୋଇଥିଲା। ଏହା ପରେ ଅଚଂଳର କିଛି ବାସୀନ୍ଦା ଙ୍କ ମଧ୍ୟରେ ରବିବାରଠାରୁ ହିଂସା ଆରମ୍ଭ ହୋଇଥିଲା । ଏହା ପରେ ଅଚଂଳର କିଛି ବାସୀନ୍ଦା ପୋଲିସ ଷ୍ଟେସନ ଘେରାଉ କରିଥିଲେ । ସେବେଠାରୁମୋମିନପୁର ଅଚଂଳରେ ସୁରକ୍ଷା କଡାକଡି କରାଯାଇଛି । ଏହା ସହ ଗତ ସେମାବାର ଦିନ ପୋଲିସ ସ୍ତତିକୁ ନଜରରେ ରଖି ୧୪୪ ଧାରା ଦୁୁଇଦିନ ପାଇଁ ଲଗାଇ ଥିଲା ।

Get real time updates directly on you device, subscribe now.