fbpx

OTDCର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଲେନିନ୍

ଭୁବନେଶ୍ୱର: OTDCର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ବ ନେଇଛନ୍ତି ଲେନିନ୍ ମହାନ୍ତି । ୩୭ତମ ଅଧ୍ୟକ୍ଷ ଭାବରେ ସେ ବିଧିବଦ୍ଧ ଭାବରେ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ଲେନିନ୍‌ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁରୁଦାୟିତ୍ବ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି ।

ଗତକିଛି ଦିନ ତଳେ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କଳିକେଶ ସିଂଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ତ’ ପ୍ରଭାତ ମିଶ୍ର ଅପିକଲ୍‌ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଡି. ବିଶ୍ବନାଥ ଓଆରଏଚ୍‌ଡିସି ଅଧ୍ୟକ୍ଷ ହୋଇଥିବା ବେଳେ ଲେନିନ ମହାନ୍ତିଙ୍କୁ ଓଟିଡିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

ପୂର୍ବପରି କୁନା ତ୍ରିପାଠୀ ଓଏଫଡିସି ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । ଅନ୍ୟପକ୍ଷରେ ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ଚିନ୍ମୟ ସାହୁ ହୋଇଛନ୍ତି ଓଏସଆଇସି ଅଧ୍ୟକ୍ଷ ହୋଇଛନ୍ତି । ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ, ମିନତି ବେହେରା: ମହିଳା କମିଶନ ଅଧ୍ୟକ୍ଷା, ପ୍ରଦୀପ ମାଝି: ଏସଡିସି ପରାମର୍ଶଦାତା କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.