fbpx

(Video) ଚାନ୍ଦା ଆଦାୟ ବେଳେ ଧକ୍କା ଦେଲା କଣ୍ଟେନର, ଅକାଳରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବେଳେ ବଡ଼ ବଡ଼ ଦୁର୍ଘଟଣା ଘଟି ଅନେକ ମୃତାହତ ହୋଇଥାନ୍ତି । ତେବେ ନିକଟରେ ଏଭଳି ଏକ ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଜୀବନ୍ତ ଦୃଶ୍ୟ ।

ଖବର ମୁତାବକ, ଚାନ୍ଦା ଆଦାୟ ପାଇଁ କିଛି ଯୁବକ ଏକ ବସକୁ ଅଟକାଇଥିଲେ । ଏହି ସମୟରେ ପଛପଟୁ ଏକ କଣ୍ଟେନର ଆସି ଧକ୍କା ଦେଇଥିଲା । ସିସିଟିଭିରେ ଦେଖାଯାଉଛି ଯେ, ବସଟି ଆସୁଥିବା ସମୟରେ କିଛି ଯୁବକ ବସଟିକୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ଆଉ ଠିକ୍ ଏତିକି ବେଳେ ପଶ୍ଚିମବଙ୍ଗ ପଟୁ ଆସୁଥିବା ଏକ କଣ୍ଟେନର ବସକୁ ପଛପଟୁ ପିଟି ଦେଇଥିଲା । ଏହାର ସ୍ପଷ୍ଟ ଚିତ୍ର ସିସିଟିଭିରେ କଏଦ ହୋଇଛି ।

୬୦ ନମ୍ବର ଜାତୀୟ ରାଜପଥରେ ଚାନ୍ଦା ଆଦାୟ ବେଳେ ଏଭଳି ଏକ ଦୁର୍ଘଟଣା ଘଟିଥଲା । ଲକ୍ଷଣନାଥ ଟୋଲ ଗେଟ ପାରି ହେଉଥିବା ସମୟରେ କିଛି ଯୁବକ ତୀର୍ଥ ଯାତ୍ରୀ ବସକୁ ଅଟକାଇ ଚାନ୍ଦା ମାଗୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ତେବେ ବସଟି ପଶ୍ଚିମବଙ୍ଗର ବିରଭୂମିରୁ ପୁରୀ ଅଭିମୁଖେ ୭୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ବିପଦ ମାଡ଼ି ଆସିଥିଲା । ଅନ୍ୟପଟେ ଦୁର୍ଘଟଣା ପରେ ଗୁରୁତର ଯାତ୍ରୀମାନଙ୍କୁ ସଂଗେସଂଗେ ଜଳେଶ୍ୱରର ଏକ ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ ସେଠାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.