fbpx
BSKY
BJD SHG SKY
BJD YOUTH SKY

ବୁଡ଼ାଇଦେଲା ନାଲିପାଣି: ସ୍କୁଲରେ ମଦ୍ୟପାନ କରି ୨ ପ୍ରଧାନଶିକ୍ଷକ ସସପେଣ୍ଡ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): କୁହାଯାଏ ନାଲିପାଣି ନିଶାରେ ଯେବି ପଡ଼ିଛି, ତାର ସର୍ବନାଶ ହେବା ନିଶ୍ଚିତ । ମଦ ଯୋଗୁଁ ଅନେକ ଲୋକଙ୍କର ଜୀବନ ଚାଲିଗଲାଣି ତ ‘ ଆଉ କେଉଁଠି ମଦ ଯୋଗୁଁ ଚାକିରି । ଏପରି ଏକ ମାମଲା ବଲାଙ୍ଗିରରୁ ସାମ୍ନାକୁ ଆସିଛି, ଯେଉଁଠାରେ ସ୍କୁଲକୁ ମଦ୍ୟପାନ କରି ଆସିଥିବା ମାମଲାରେ ୨ ପ୍ରଧାନ ଶିକ୍ଷକ ସସପେଣ୍ଡ ହୋଇଛନ୍ତି ।

ସୂଚନା ମୁତାବକ, ବଲାଙ୍ଗିରର ମାଟୁପାଲି ଓ ଡୁମେରପିଟା ଉ.ପ୍ରା. ସ୍କୁଲର ୨ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଉଭୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ।

ତେବେ ବଲାଙ୍ଗୀର ଜିଲ୍ଲା ମାଟୁପାଲି ସ୍କୁଲର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ସ୍କୁଲର ପ୍ରଧାନଶିକ୍ଷକ ସଂଜିତ ଦୋରା ନିଲମ୍ବିତ ହୋଇଛନ୍ତି। ଉଭୟ ଶ୍ରୀ ବିଶି ଓ ଶ୍ରୀ ଦୋରାଙ୍କୁ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ନିଲମ୍ବନ କରିଛନ୍ତି। ଦୁଇ ଜଣ ପ୍ରଧାନଶିକ୍ଷକ ମିଶି ବିଦ୍ୟାଳୟର କୋଠରି ଭିତରେ ନିଶା ସେବନ କରୁଥିଲେ। ଏହି ସମୟର ଦୃଶ୍ୟକୁ ଗାଁ ଲୋକେ କୌଶଳ କ୍ରବେ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଦୁଇ ପ୍ରଧାନଶିକ୍ଷକଙ୍କ କାରନାମା ପଦାରେ ପଡ଼ିଥିଲା। ଏହା ପରେ ସେମାନେ ପ୍ରଶାସନ ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

Get real time updates directly on you device, subscribe now.