fbpx

ଜୀବନସାରା ଏହି ୪ଟି ଜିନିଷକୁ ଗୁପ୍ତ ରଖନ୍ତୁ: ରହସ୍ୟ ଉନ୍ମୋଚିତ ହେଲେ ଲୋକ ଉଠାଇବେ ଫାଇଦା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଅମୂଲ୍ୟ ଚିନ୍ତାଧାରାକୁ ନୀତିରେ ରଖି ଏକ ସଂଗ୍ରହ ସୃଷ୍ଟି କରିଛନ୍ତି, ଯାହାକୁ ନୀତିଶାସ୍ତ୍ର କୁହାଯାଏ । ଏଥିରେ ମଣିଷ ଜୀବନ ସହିତ ଜଡିତ ସମସ୍ତ ଦିଗକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଏହି ନୀତିଗୁଡିକର ପ୍ରାସଙ୍ଗିକ ଆଜି ବି ରହିଛି । ଏହି କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନ ଉନ୍ନତି କରିବା ସହିତ ସେ ପ୍ରତ୍ୟେକ ପର୍ଯ୍ୟାୟରେ ସଫଳତା ପାଇଥାଏ । ଏହିପରି ଗୋଟିଏ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତି ୪ ଟି ଜିନିଷକୁ ସବୁବେଳେ ଗୁପ୍ତ ରଖିବା ଉଚିତ୍ । ଯଦି ଏହି ଜିନିଷଗୁଡିକ ସାର୍ବଜନୀନ ହୁଏ, ତେବେ କେବଳ ବ୍ୟକ୍ତି ସମ୍ମାନ ହରାଇବା ସହ ତାଙ୍କୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିବ । ଆସନ୍ତୁ ଜାଣିବା ସେହି ୪ ଟି ଗୁରୁତ୍ୱପୂର୍ଣ୍ଣ ରହସ୍ୟ କ’ଣ…

ଧର୍ମ:-
ଧର୍ମ କାର୍ଯ୍ୟକୁ ଆନ୍ତରିକ ହୃଦୟ ସହିତ କରାଯାଇଥାଏ, ଏହାକୁ କେବେବି ବାହାଦୂରି ମାରି ସମସ୍ତ ଆଗରେ କହିବା ଉଚିିତ୍ ନୁହେଁ । ଧର୍ମ-କର୍ମର କାମକୁ ବଖାଣିବା ଦ୍ୱାରା ଏହାର ପ୍ରଭାବ କମିଯାଇଥାଏ । ଏଥିରେ ବ୍ୟକ୍ତିକୁ ପୂଣ୍ୟ ଫଳ ପ୍ରାପ୍ତି ହୋଇନଥାଏ । ଚାଣକ୍ୟଙ୍କ କହିବା ଅନୁସାରେ, ଦାନ ସବୁଠାରୁ ବଡ଼ ଧର୍ମ ଓ ଗୁପ୍ତଦାନ ସେଥିରେ ସର୍ବୋପରି ବୋଲି ବିବେଚନା କରାଯାଏ । ଗୁପ୍ତଦାନ ଅନେକଗୁଣ ଫଳ ପ୍ରଦାନ କରିଥାଏ ।

ଘର ବିଷୟରେ ଖରାପ କହିବା:-
ଘରର ଅଭାବ ବା ଖରାପ ବିଷୟରେ କହିବା ଦ୍ୱାରା ପରିବାରର ବଦନାମ ହୋଇଥାଏ, ଏଥିପାଇଁ ଏହାକୁ ସବୁବେଳେ ପରସ୍ପର ମଧ୍ୟରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ଦୋଷ ଅନ୍ୟମାନଙ୍କୁ କହିବା ଦ୍ୱାରା ଶତ୍ରୁମାନେ ଏହାର ଫାଇଦା ଉଠାନ୍ତି ଓ ମାନ-ସମ୍ମାନକୁ କ୍ଷତି ପହଞ୍ଚାନ୍ତି ।

ଶାରୀରିକ ସମ୍ପର୍କ :-
ଯଦି ଆପଣ ବୈବାହିକ ଜୀବନରେ ସୁଖ –ଶାନ୍ତି ଚାହୁଁଛନ୍ତି, ତେବେ ଆପଣଙ୍କର ଶାରୀରିକ ସମ୍ପର୍କକୁ କେବେବି ସାର୍ବଜନୀନ କରନ୍ତୁ ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ବିଷୟର କଥା କୌଣସି ତୃତୀୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ଉଚିତ୍ ନୁହେଁ, ନଚେତ୍ ସମ୍ପର୍କରେ ଫାଟ ଦେଖାଦେଇଥାଏ । ସମାଜରେ ସେହି ବ୍ୟକ୍ତି ସମାଜରେ ଅସଭ୍ୟ ଶ୍ରେଣୀକୁ ଆସିଥାଏ ।

ସିଦ୍ଧ ଔଷଧ :-
ଚାଣକ୍ୟଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ସର୍ବଦା ନିର୍ଦ୍ଦିଷ୍ଟ ଏବଂ ପ୍ରମାଣିତ ଔଷଧ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟକୁ ଗୁପ୍ତ ରଖିବା ଉଚିତ୍ । ଏହି ଔଷଧ ଅନ୍ୟମାନଙ୍କ ଚିକିତ୍ସାରେ ସାହାଯ୍ୟ କରିପାରିବ, କିନ୍ତୁ ଚାଣକ୍ୟ କହିଛନ୍ତି ଯେ, ସିଦ୍ଧ ଔଷଧ ବିଷୟରେ ସର୍ବସାଧାରଣରେ ଉଲ୍ଲେଖ କରିବା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚିପାରେ ।

Get real time updates directly on you device, subscribe now.