fbpx

ନେତାଙ୍କ କାର ଉପରକୁ ବୋମା ମାଡ; କାରଣ ଅସ୍ପଷ୍ଟ

କାମାକ୍ଷାନଗର: ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ କାର୍ ଉପରକୁ ବୋମାମାଡ ହୋଇଛି । ମଢିସାହି ଘର ଆଗରେ କାର ରହିଥିବାବେଳେ କେହି ଦୃବୁତ୍ତ ଗାଡି ଉପରକୁ ବୋମାମାଡ କରିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣା ପଡଛି । ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ କାମାକ୍ଷାନଗରର ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି କାହ୍ନୁଚରଣ ସାହୁ ମାଢିସାହିସ୍ଥତ ନିଜ ଘର ଆଗରେ କାର ରଖିଥିଲେ । ତେବେ ବିଳମ୍ବିତ ରାତିରେ ୨ ଜଣ ଦୃବୁତ୍ତ ବାଇକ୍ ଆସି ହଠାତ୍ କାର ଉପରକୁ ବୋମା ମାଡ କରିଥିଲେ । ତେବେ ସେମାନେ ୩ ଟି ବୋମା କାର ଉପରକୁ ଫିଙ୍ଗିଥିବା ବେଳେ ୨ଟି ଅଫୁଟା ବୋମା ସେଠାରେ ପଡି ରହିଥିବା ଜଣାପଡିଛି ।

ତେବେ ଏହି ଘଟଣାର ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି , ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟୀକ ଶତ୍ରୁ ନଥିବା ସେ ପ୍ରକାଶ କରିଥିବାଳେ, ତାଙ୍କ କାର ଉପରକୁ ଏହି ବୋମାମାଡ କିଏ ଏବଂ କାହିଁକି କରିଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.