fbpx

ହାଇୱେରେ ଯିବା ବେଳେ ସମସ୍ୟାର କେମିତି କରିବେ ସମାଧାନ? ଟୋଲ ଫ୍ରି ନମ୍ବରରେ କଲ୍ କରି ପାଆନ୍ତୁ ସୁବିଧା

ନୂଆଦିଲ୍ଲୀ: ହାଇୱେରେ ଯିବା ଆସିବା କରୁଥିବା ସମୟରେ ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଘଟିଥାଏ । ତେବେ କିଛି ସମୟରେ କେହି ସାହାଯ୍ୟ କରିବା ପାଇଁ ଆପଣଙ୍କ ନିକଟରେ ପହଞ୍ଚି ପାରିନଥାନ୍ତି । ଯାହା ପଳରେ ବେସାହାରା ଆଉ ନିଜକୁ ଅସହାୟ ମନେ କରେ ବିପଦରେ ପଡିଥିବା ବ୍ୟକ୍ତି ଜଣକ । କାହାରି ସାହାଯ୍ୟ ନ ପାଇ ଏକା ଏକା ଅନୁଭବ କରେ ସେ । ତେଣୁ ସେ ବୁଜି ପାରି ନଥାଏ, କ’ଣ ଆଗକୁ କ’ଣ କରିବ । ତେବେ ଏମିତି ସମୟରେ ସାହାଯ୍ୟ ଯୋଗାଇବା ପାଇଁ ସାହାଯ୍ୟର ହାତ ବଢାଇଛି ନେସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ(NHAI) । ଏଭଳି ବିପଦରୁ ବାହାର କରିବା ପାଇଁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।

ହାଇୱେରେ ଯିବା ସମୟରେ କୌଣସି ପ୍ରକାର ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ଟୋଲ ଫ୍ରି ନମ୍ବର ଜାରି କରିଛି ଏନଏଚଏଆଇ । କୌଣସି ବିପଦ ଦେଖାଦେଲେ ୧୦୩୩ ନମ୍ବରକୁ କଲ କରି ସାହାଯ୍ୟ ମାଗି ପାରିବେ ଜନସାଧାରଣ । ଏହି ନମ୍ବର ୨୪ ଘଣ୍ଟା ଉପଲବ୍ଧ ରହିବ ବୋଲି କୁହାଯାଇଛି । କଲରେ ବିପଦ ନେଇ ସୂଚନା ପାଇବା ମାତ୍ରେ ସାହାଯ୍ୟ ପାଇଁ ଏକ ଟିମ ଆପଣଙ୍କ ପାଖରେ ପହଞ୍ଚିବ । ଦୁର୍ଘଟଣାରୁ ଆରମ୍ଭ କରି ଆମ୍ବୁଲାନ୍ସ ଏବଂ ରୋଡ ସାଇଡ ଆସିଷ୍ଟାଣ୍ଟ ଇତ୍ୟାଦି ସେବା ମଧ୍ୟ ପାଇପାରିବେ । ସାହାଯ୍ୟ ମାଗିବା ସହିତ ଏହି ନମ୍ବରରେ ଅଭିଯୋଗ ଏବଂ ଫିଡବ୍ୟାକ ମଧ୍ୟ ଦେଇପାରିବେ ।

୧୦୩୩ ଡାଏଲ କରିବା ଦ୍ୱାରା କେଉଁ ସେବା ପାଇବେ?

• ଦୁର୍ଘଟଣା ହେଲେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା

• ଗମ୍ଭୀର ସ୍ଥିତିରେ ଆମ୍ବୁଲାନ୍ସ ସେବା

• ବିଷମ ପରିସ୍ଥିତିରେ ପେଟ୍ରୋଲିଂ ବାହନ

• ଗାଡି ଖରାପ ହେବା, ପେଟ୍ରୋଲ ସରିଯିବା, ଟାୟାର ଆଦି ସମସ୍ୟାରୁ ସୁରକ୍ଷା ବ୍ୟବସ୍ଥା

• ଗାଡି ଖରାପ ହେଲେ ଏହାକୁ ‘ଟୋ’ କରି ନିକଟସ୍ଥ ପ୍ଲାଜା କିମ୍ବା ଗ୍ୟାରେଜରେ ପହଞ୍ଚାଇବା ଇତ୍ୟାଦି ସେବା ମାଗଣାରେ ଯୋଗାଇ ଦେବ ନେସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ।

Get real time updates directly on you device, subscribe now.