fbpx

ଗଞ୍ଜାମ ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠରେ ରହିଛି ଚଣା ପୂଜାର ଏକ ବିଶେଷ ମହତ୍ୱ

ଗଞ୍ଜାମ: ୫୧ଟି ଆଦି ଶକ୍ତିପୀଠ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀ ପୀଠ ଅନ୍ୟତମ । ବିଶ୍ୱାସ ରହିଛି ମା’ଙ୍କ ପାଖରେ ଯିଏ ସୁଦ୍ଧ ଚିତରେ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ । ତେଣୁ ଦୂର ଦୂରାନ୍ତରୁ ଅନେକ ଲୋକ ଏଠାକୁ ମା’ଙ୍କ ଆଶିଷ ପାଇବା ପାଇଁ ଧାଇଁ ଆସନ୍ତି । ତେବେ ବିଶେଷ କରି ମୁକ ବଧିରଙ୍କ ପାଇଁ ଲାଗି ହେଉଥିବା ଚଣା ଭୋଗ ପ୍ରସିଦ୍ଧ ।

କାହିଁ କେତେ ଦୂରରୁ ମୁକ ବଧୀର ମାନେ ମା’ଙ୍କୁ ଚଣା ଭୋଗ ଲାଗି କରି ପାହାଚରେ ଫିଙ୍ଗିଥାନ୍ତି । ଏପରି କରିବା ଦ୍ୱାରା ରୋଗୀ ମୁକ ଓ ବଧିର ଆଦି ଯନ୍ତ୍ରଣାରୁ ମୁକ୍ତ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛିି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମୁକ ବଧିରଙ୍କ ସହିତ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଜମେ । କିମ୍ବଦନ୍ତୀ କହେ ମାତା ପାର୍ବତୀଙ୍କ ଶରୀରର ଅଂଶ ଯେଉଁ ଯେଉଁ ସ୍ଥାନରେ ପଡିଛି ତାହା ଆଦିଶକ୍ତି ପୀଠ ନାମରେ ପରିଚିତ । ସେହିପରି ମା ତାରାତାରିଣୀ ମଧ୍ୟ ଆଦିଶକ୍ତି ପୀଠରେ ନାମିତ । ବିଶ୍ୱାସ ଓ ଶକ୍ତିର ପୀଠ ହେଉଛି ଏହି ମନ୍ଦିର ।

Get real time updates directly on you device, subscribe now.