fbpx

ମେ’ ୩ ଯାଏଁ ଗଡିବନି ଟ୍ରେନ୍

ନୂଆଦିଲ୍ଲୀ,୧୪ ।୪: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଲକ୍-ଡାଉନ୍ ଅବଧିକୁ ମେ ୩ ପଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ । ଦେଶବ୍ୟାପୀ ମେ ୩ ଯାଏଁ ଯାତ୍ରୀବାହୀ ଟ୍ରେନ୍ ଗଡିବନି ବୋଲି ରେଲୱେ କହିଛି ।

ତେବେ ଅଗ୍ନିପରୀକ୍ଷାରେ ସଫଳ ହୋଇଥିବା ସ୍ଥାନରେ ଲକଡାଉନ କଟକଣାକୁ କୋହଳ କରାଯିବ । ଯେଉଁଠାରେ ହଟସ୍ପଟ ବଢିନଥିବ କିମ୍ବା ବଢିବାର ଆଶଙ୍କା ନଥିବ ସେ ସ୍ଥାନରେ କଟକଣାକୁ କୋହଳ କରାଯିବ । ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରହିବ । ଏନେଇ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯିବ ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.