fbpx

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ସୋମବାର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ମଙ୍ଗଳବାର ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତାକାଲି ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଟିଟ୍‌ଲାଗଡ଼ରେ ମଧ୍ୟ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇ ୪୧.୫ ଡିଗ୍ରୀ ସେଲ୍‌ସିୟସରେ ପହଂଚିଛି । ଏହା ପରକୁ ଚାନ୍ଦବାଲିରେ ୪୦.୭, କଟକରେ ୪୦.୧, ଅନୁଗୁଳରେ ୪୦.୭, ବାରିପଦାରେ ୪୧, ତାଳଚେର ୪୦.୫, ବଲାଙ୍ଗିର ୪୧.୨, ଟିଟଲାଗଡ଼ ୪୧.୫, ମାଲକାନଗିରି ୪୦.୨, ନୟାଗଡ଼ ୪୦, ବୌଦ୍ଧରେ ୪୦.୫ ଓ ପାରଳାଖେମୁ୍‌ଣ୍ଡିରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ଏହିଭଳି ଖରାଟିଆ ଓ ଗରମ ପାଗ ଆସନ୍ତା କିଛି ଦିନ ଲାଗି ରହିବା ସହିତ ଆଗକୁ ଆହୁରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେହିପରି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି, ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବାକୁ ଥିବା ବେଳେ ଉପକୂଳ ଅଂଚଳରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ ଏହି ସବୁୁ ଅଂଚଳରେ ଅସହ୍ୟ ଗରମ ଅନୁଭୁତ ହେବ । ସେହିପରି କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ତାପମାତ୍ରା ଅଧିକ ରହୁଥିବାରୁ ସାରା ରାଜ୍ୟରେ ଦିନ ବେଳା ଖରାଟିଆ ପାଗ ସହ ଅଧିରକାଂଶ ଅଂଚଳରେ ଗରମ ବୃଦ୍ଧି ପାଇବ ।

Get real time updates directly on you device, subscribe now.