fbpx

ବ୍ୟାନ୍ ସତ୍ତ୍ୱେ ବି AAP ସରକାରଙ୍କ ନୂଆ ମନ୍ତ୍ରୀଙ୍କ ଘର ଆଗରେ ଫୁଟିଲା ବାଣ: ଭାଇରାଲା ହେଉଛି Video

ନୂଆଦିଲ୍ଲୀ: ଏଥର ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ସବୁପ୍ରକାରର ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀ ସରକାର ଏହାକୁ ନେଇ ଏକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ଏହା ମୁତାବକ, ଯଦି ଦିଲ୍ଲୀରେ କେହି ବାଣ ଫୁଟାନ୍ତି, ତେବେ ୨୦୦ ଟଙ୍କା ଜୋରିମାନା ସହ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ । ଏହାରି ମଧ୍ୟରେ ବାଣ ଫୁଟିବାର ଏକ ଭିଡିଓ ସୋସିଆଲ ମିଡିଆରେ ତ୍ରୀବ ଭାବରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ନେଇ ଦାବି କରାଯାଉଛି କି, ଦିଲ୍ଲୀ ସରକାରଙ୍କ ଦ୍ୱାରା କରାଯାଇଥିବା ନୂଆ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘର ବାହାରେ ଏହି ବାଣ ଫୁଟାଯାଇଛି । ତାଙ୍କୁ ମନ୍ତ୍ରୀ କରିବା ଖୁସିରେ ସମର୍ଥକମାନେ ବାଣ ଫୁଟାଉଥିବାର ନଜର ଆସିଛନ୍ତି ।

ଏହି ଭିଡିଓକୁ ନେଇ ଆମ୍ ଆଦମୀ ପାର୍ଟି ଉପରେ ବିଜେପି ଆକ୍ରମଣ କରିଛି । ଦିଲ୍ଲୀ ବିଜେପି ପ୍ରବକ୍ତା ହରିଶ ଖୁରାନା ଏହି ଭିଡିଓ ଜାରି କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ କହିଛନ୍ତି ଯେ, ‘ଦିଲ୍ଲୀ ସରକାରଙ୍କ ନୂଆ ମନ୍ତ୍ରୀଙ୍କ ଘର ଆଗରେ ବାଣ ଫୁଟାଯାଉଛି । ସେଥିରୁ ପ୍ରଦୂଷଣ ନୁହେଁ, ବରଂ ଅକ୍ସିଜେନ୍ ବାହାରୁଛି ।’ ଯେଉଁଭଳି ଭାବରେ ନୂଆମନ୍ତ୍ରୀଙ୍କ ଘର ବାହାରେ ବାଣ ଫୁଟାଯାଉଛି, ସେଥିରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ବାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ପଦକ୍ଷେପ ନେବା ପାଇଁ ପ୍ରଶ୍ନ ଉଠାଯାଉଛି ।

Get real time updates directly on you device, subscribe now.