fbpx

ଅକ୍ଟୋବର ୨୫ରେ ସ୍କୁଲ-କଲେଜ, କୋର୍ଟ ଓ ବ୍ୟାଙ୍କ ସବୁ ବନ୍ଦ: ଛୁଟି ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୨୫ରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂର୍ଯ୍ୟପରାଗ ପାଇଁ ସମସ୍ତ ସରକାରୀ ଅଫିସ ଛୁଟି ରହିବ । ସରକାରୀ ସ୍କୁଲ, କଲେଜ, ରାଜସ୍ୱ ବିଭାଗୀୟ କୋର୍ଟ ବ୍ୟାଙ୍କ ଛୁଟି ରହିବ ବୋଲି ସରକାର ଘୋଷଣା କରିଛନ୍ତି ।

ତେବେ ଅକ୍ଟୋବର ୨୫ ତଥା ଦୀପାବଳିରେ ପଡୁଛି ସୂର୍ଯ୍ୟପରାଗ। ଦୀପାବଳି ଅବସରରେ ଭାରତରେ ଏହା ଆଂଶିକ ସୂର୍ଯ୍ୟେଗ୍ରହଣ ଭାବେ ସନ୍ଧ୍ୟା ସମୟରେ ଦେଖାଯିବ। ପୁଣି ୫ ବର୍ଷ ପରେ ଅର୍ଥାତ ୨୦୨୭ ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସୂର୍ଯ୍ୟୋପରାଗ ଭାରତରେ ଆଂଶିକ ଭାବେ ଦେଖାଯିବ। ଦୀପାବଳି ପର୍ବ ମଧ୍ୟରେ ଦେଖାଯିବାକୁ ଥିବା ଏହି ବିରଳ ସୂର୍ଯ୍ୟୋପରାଗ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ଯ୍ୟ ସଂପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ। ଅର୍ଥାତ ସୂର୍ଯ୍ୟଙ୍କ କିଛି ଅଂଶ ପୃଥିବୀ ପୃଷ୍ଠରୁ ଦେଖାଯିବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ତାରିଖ ଦିନ ପୟା ଶ୍ରାଦ୍ଧ , ଦ୍ୱୀପଦାନ , କାଳୀ ପୂଜା, ବାଣଫୁଟା ଓ କାଉଁରିଆ କାଠି ଜାଳିବାକୁ ଧାର୍ଯ୍ୟ କରାଯାଇଛି। ଶ୍ରୀମନ୍ଦିରରେ ସୋମବାର ରାତ୍ରି ୧୨ଟା ପରେ ଦ୍ୱାର ଫିଟା ହୋଇ ୨.୩୦ ରୁ ୩ଟା ଭିତରେ ସକାଳ ଧ୍ୱପ, ରାତ୍ର ୪ ଟାରେ ବାଳ ଧ୍ୱପ, ୪.୫୫ ରେ ଭୋଗ ମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁନର୍ବାର ମଙ୍ଗଳବାର ଅପରାହ୍ନ ୪.୫୬ ପରେ ପରାଗ ସ୍ପର୍ଶ ପରେ ମହାସ୍ନାନ ନୀତି ହେବ ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।

ସେହି ଅନୁଯାୟୀ ଅଭଡ଼ା ରୋଷେଇ ବି ରାତିରୁ ହେବ। ଭୋର୍ ୪:୫୫ ସୁଦ୍ଧା ମହାପ୍ରସାଦ ରନ୍ଧା ଶେଷ ହେବ। ୨୪ ତାରିଖରେ ବଡ଼ବଡ଼ିଆ ଡାକିବା ପାଇଁ ଗତକାଲି ବୈଠକରେ ସ୍ଥାନ ଚିହ୍ନଟ କରାଯାଇଛି। କାକୁଡ଼ିଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ୫ଟି ସ୍ଥାନ ନିରୁପଣ ହୋଇଛି। ଅଧିକାରୀଙ୍କ ମିଳିତ ଟିମ୍ ପରିଦର୍ଶନ ପରେ ସ୍ଥାନ ନିରୁପଣ ହୋଇଛି ବୋଲି ଉପଜିଲ୍ଲପାଳ ଭୋବ ତରଣ ସାହୁ ପ୍ରକାଶ କରିଛନ୍ତି। ୨୫ ତାରିଖରେ ସୂର୍ଯ୍ୟ ପରାଗ ରହିଛି ସେ ଦୃଷ୍ଟିରୁ ପୂର୍ବଦିନ ରାତିରୁ ଦୁଆର ଫିଟା ପରେ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ ହେବ। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ସରିବା ପରେ ଦ୍ୱିତୀୟ ଭୋଗ ମଣ୍ଡପ ଆରମ୍ଭ ହେବ ବୋଲି ଶ୍ରୀ ମହାସୁଆର କହିଛନ୍ତି।

Get real time updates directly on you device, subscribe now.