fbpx

ଏବେ ଏହି ସହରକୁ ମିଳିଲା ଜିଓର 5G Service: ଅନଲିମିଟେଡ ଡାଟା ସହ ମିଳିବ ଏହି ସୁବିଧା

ରାଜସ୍ଥାନ: ଦେଶରେ ୫ଜି ସେବାକୁ ନେଇ ଏକ୍ସପେରିମେଣ୍ଟ ଜାରି ରହିଛି । ତେବେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ମଧ୍ୟରେ ଏହାକୁ ନେଇ ଜାରି ରହିଛଇ ଡିଜିଟାଲ ଯୁଦ୍ଧ । ଏବେ ଏହି ଯୁଦ୍ଧରେ ଆଉ ଏକ ପାଦ ଆଗକୁ ବଢାଇଛଇ ରିଲାଏନ୍ସ ଜିଓ । ଏବେ ଆଉ ଏକ ସହରରେ ଜିଓ ଲଞ୍ଚ କରିଛି ନିଜର ୫ଜି ସେବା । ଆଜି ପର୍ଯ୍ୟନ୍ତ ମୋଟ ୫ଟି ସହରରେ ଏହା ଉପଲବ୍ଧ ରହିଥିବା ବେଳେ ଏହି ତାଲିକାରେ ଯୋଡି ହୋଇଛି ଆଉ ଏକ ସହର । ଏବେ ମୋଟ ୬ଟି ସହରରେ ଜିଓ ନିଜର ୫ଜି ସେବା ଯୋଗାଉଛି ।

ରାଜସ୍ତାନର ରାଜସମନ୍ଦ ସହରରେ ଆରମ୍ଭ ହୋଇଛି ଜିଓ ୫ଜି ସେବା । ନାଥଦ୍ୱାରାରେ ଥିବା ଶ୍ରୀନାଥ ଜୀ ମନ୍ଦିରରୁ ୫ଜି ସେବା ଏବଂ ଜିଓ ଟ୍ରୁ ୫ଜି ବେସଡ ୱାଇ-ଫାଇ ସର୍ଭିସ ଲଞ୍ଚ କରିଛି । ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ଏହାକୁ ଲଞ୍ଚ କରିଛନ୍ତି । ଏବେ ଜିଓର ୱେଲକମ ଅଫରର ଲାଭ ଉଠାଇପାରିବେ ସହରବାସୀ । ତେବେ ଜିଓର ୫ଜି ସେବା ସମ୍ପୂର୍ଣ୍ଣ ସହର ପାଇଁ ଉପଲବ୍ଧ ହୋଇନାହିଁ । ପର୍ଯ୍ୟାୟକ୍ରମେ ଏହାର ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହାପୂର୍ବରୁ ଜିଓ ମୋଟ ୫ଟି ସହରରେ ଏହି ସେବା ଆରମ୍ଭ କରିଥିଲା । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣସୀ ପରେ ଚେନ୍ନାଇରେ ୫ଜି ଲଞ୍ଚ କରିଥିଲା ଜିଓ । ୫ଜି ନେଟୱାର୍କରେ ୟୁଜର୍ସ ୧ଜିବିପିଏସ ପର୍ଯ୍ୟନ୍ତ ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିପାରିବେ ୟୁଜର୍ସ ।

୫ଜି ପାଇଁ କୌଣସି ରିଚାର୍ଜ ପ୍ଲାନର ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ । ତେବେ ବର୍ତ୍ତମାନ ୟୁଜରମାନଙ୍କ ପାଇଁ ଜିଓ ୱେଲକମ ଅଫର ଦେଉଛି କମ୍ପାନୀ । ଏହାଦ୍ୱାରା ୟୁଜରମାନଙ୍କୁ ଅନଲିମିଟେଡ ଡାଟା ଆକ୍ସେସ କରିବାର ସୁଯୋଗ ମିଳିପାରିବ । ଏହାସହିତ କିଛି ୟୁଜରଙ୍କୁ ୱେଲକମ ଅଫ ଇନଭାଇଟ ବେସଡ ଆକ୍ସେସ ମଧ୍ୟ ପ୍ରଦାନ କରାଯାଉଛି । ମାଇଁ ଜିଓ ଆପକୁ ଯାଇ ଜିଓ ୱେଲକମ୍ ଅଫରର ଲାଭ ଉଠାଇପାରିବେ ୟୁଜର୍ସ । ଅନ୍ୟ ପକ୍ଷରେ ଏୟାରଟେଲ ତରଫରୁ ଦେଶର ମୋଟ ୮ଟି ସହରରେ ୫ଜି ସେବା ଉପଲବ୍ଧ ହୋଇଛି ।

Get real time updates directly on you device, subscribe now.