fbpx

ରାଜଧାନୀରେ ଅଗ୍ନିକାଣ୍ଡ: ଜାଗମରାର ଫିଟନେସ ସେଣ୍ଟରରେ ଲାଗିଲା ନିଆଁ, ଫସି ରହିଛନ୍ତି ଅନେକ ଷ୍ଟାଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଗ୍ନିକାଣ୍ଡ ଘଟିଛି । ଜାଗମରାସ୍ଥିତ ଏକ ଫିଟନେସ ସେଣ୍ଟରରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ଫଳରେ ଉକ୍ତ ଫିଟନେସ ସେଣ୍ଟରରେ କିଛି ଷ୍ଟାଫ ଫସି ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡ଼ି ନାହିଁ । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

ଅନେକ ସମୟରେ ରାଜଧାନୀରେ ଅଗ୍ନିକାଣ୍ଡ କାରଣରୁ ଅନେକ ଧନଜୀବନ କ୍ଷୟକ୍ଷତି ହୋଇଥାଏ । ଗତ ସେପ୍ଟେମ୍ବର ମାସରେ ମାର୍କେଟ ବିଲଡିଂରେ ମଧ୍ୟ ଅଗ୍ନିକାଣ୍ଡ ହୋଇଥିଲା । ମାର୍କେଟ ବିଲଡିଂ ସ୍ଥିତ ଉଷା ସୋରୁମରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ୪ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଠିକ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚିବା କାରଣରୁ ମାର୍କେଟ୍ ବିଲଡିଂ ପରି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିଲା ।

ସେହିପରି ଗତ ୧ ତାରିଖରେ ଯାଜପୁର ଜିଲ୍ଲାରେ ମଧ୍ୟ ଏକ ଅଗ୍ନିକାଣ୍ଡ ଘଟିଥିଲା । ଏକ ବ୍ୟାଟେରୀ ଗାଡ଼ି ମାନୁଫାକଚରିଂ ୟୁନିଟରେ ନିଅାଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ୫ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଅାଁକୁ କାବୁ କରିଥିଲେ । ଉକ୍ତ ଅଗ୍ନିକାଣ୍ଡ ଫଳରେ ପାଖାପାଖି ୮ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।

Get real time updates directly on you device, subscribe now.