fbpx
BJD SKY
BJD SKY

ଲଜ୍ଜା! ଭିଜିଲାନ୍ସ ଜାଲରେ ରାଜ୍ୟର ୪ ଜଣ IIC

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି ରାଜ୍ୟର ଜଣଙ୍କ ପରେ ଜଣେ ଆଇଆଇସି । ଗତ ଦୁଇ ମାସ ମଧ୍ୟରେ ରାଜ୍ୟର ୪ ଜଣ ଥାନାଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଆଇଆଇସି, ଲୋଇସିଂହା ଥାନା ଆଇଆଇସି, ଢେଙ୍କାନାଳ ସଦର ଥାନା ଆଇଆଇସି ଓ ମୋଟୁ ଥାନା ଆଇଆଇସି ।

ଆଜି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ତାଙ୍କଠାରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଖଜୁରୀପଡ଼ା ଥାନାଧିକାରୀଙ୍କ ପାଖକୁ ଏହି ଟଙ୍କା ନେଇ ଯାଉଥିବା ବେଳେ ସେ ଧରାପଡ଼ିଥିଲେ । ଏହି ଟଙ୍କା ବାବଦରେ ସେ ଭିଜିଲାନ୍ସ ଅଧିକାରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ସେହିପରି ଗତ ଅଗଷ୍ଟ ୨୪ ତାରିଖରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଇଆଇସି ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ । ତା’ ପରଦିନ ଭିଜିଲାନ୍ସ କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ସେ ଜେଲ ଯାଇଥିଲେ । ଏକ ମଦ ବୋଝେଇ ଜବତ ଗାଡ଼ିକୁ ଛାଡ଼ିବାକୁ ପାଇଁ ସେ ଲାଞ୍ଚ ମାଗିଥିଲେ ।

ଗତ ଅଗଷ୍ଟ ୩୦ରେ ଢେଙ୍କାନାଳ ଆଇଆଇସି ଟ୍ରକ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । କୋଇଲା ପରିବହନ କରୁଥିବା ଟ୍ରକ ମାଲିକଙ୍କଠାରୁ ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ ।

ଗତ ବର୍ଷ ସେପ୍ଟେମ୍ବର ୨୨ରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସିଙ୍କୁ ଭିଜିଲାନ୍ସ ଧରିଥିଲା । ୨.୮ ଲକ୍ଷ ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ସେ ଧରାପଡ଼ିଥିଲେ । ସେ ଭିଜିଲାନ୍ସ ଟିମକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

Get real time updates directly on you device, subscribe now.