fbpx

EPFO ଘୋଷଣା କଲା ଦିପାବଳୀ ବୋନସ୍: କର୍ମଚାରୀଙ୍କୁ ମିଳିବ ୬୦ ଦିନର ଦରମା

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ କର୍ମଚାରୀଙ୍କ ପାଇଁ ଦିପାବଳୀ ବୋନସ୍ ଘୋଷଣା କରାଯାଇଛି । ଇପିଏଫଓର ସମସ୍ତ ଯୋଗ୍ୟ ଗ୍ରୁପ-ସି ଓ ଗ୍ରୁପ-ବି (ଅଣଗେଜେଟେଡ) କର୍ମଚାରୀଙ୍କୁ ଏହି ବୋନସ ପ୍ରଦାନ କରାଯିବ । କର୍ମଚାରୀମାନେ ୬୦ ଦିନର ଦରମା ପାଖାପାଖି ବୋନସ୍ ପାଇବେ । କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସର୍ବାଧିକ ୧୩,୮୦୬ ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳିବ ।

ଇପିଏଫଓ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ୨୦୨୧-୨୨ ବର୍ଷ ପାଇଁ ଯୋଗ୍ୟ ଗ୍ରୁପ-ସି ଓ ଗ୍ରୁପ-ବି (ଅଣଗେଜେଟେ) କର୍ମଚାରୀଙ୍କୁ ବୋନସ ମିଳିବ । କର୍ମଚାରୀଙ୍କୁ ଉତ୍ପାଦକତା ଆଧାରିତ ଅଗ୍ରୀମ ବୋନସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରାଣ୍ଟ କରାଯିବ । ଏହି ଅଗ୍ରୀମ ପ୍ରଦାନ ନେଇ କିଛି ସର୍ତ୍ତ ରଖାଯାଇଛି । ଏଥିପାଇଁ ଯୋଗ୍ୟ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯିବ ।

ଇପିଏଫଓର ନିୟମିତ ଗ୍ରୁପ-ସି, ଗ୍ରୁପ-ବି (ଅଣଗେଜେଟେଡ) କର୍ମଚାରୀ, ସ୍ଥାୟୀ ବା ଅସ୍ଥାୟୀ କର୍ମଚାରୀମାନେ ବୋନସ ପ୍ରାପ୍ତ କରିବା ନେଇ ହକଦାର ହେବେ । ୨୦୨୧-୨୦୨୨ ବର୍ଷର ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେମାନେ ଯଦି ପ୍ରୋ-ରାଟା ସର୍ଭିସରେ ରହିଥିବେ, ତେବେ ଏଥିପାଇଁ ଯୋଗ୍ୟ ହେବେ । ବିଭାଗର କାଜୁଆଲ, ଚୁକ୍ତିଭିତ୍ତିକ, ଅତିରିକ୍ତ କର୍ମଚାରୀମାନେ ଏଥିପାଇଁ ଯୋଗ୍ୟ ହେବେ ନାହିଁ । ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଇପିଏଫଓ ପକ୍ଷରୁ ବୋନସ୍ ମିଳିବ ।

Get real time updates directly on you device, subscribe now.