fbpx

RBI Report:ବଡ ଖୁଲାସା ଆୟ ଠାରୁ ଅଧିକ ବ୍ୟୟ କରୁଛି ଏହି ରାଜ୍ୟ ,ଆରବିଆଇ ରିପୋର୍ଟ ରୁ ମିଳିଲା ସୂଚନା

ନୂଆଦିଲ୍ଲୀ :ଦେଶର ଉତ୍ତର-ପୂର୍ବ ରାଜ୍ୟ ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ ପଞ୍ଜାବ ବଜାରରୁ ଋଣ ନେବା ପରିବର୍ତ୍ତେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ସ୍ୱଳ୍ପକାଳୀନ ନଗଦ ସୁବିଧା ବ୍ୟବହାର କରୁଛନ୍ତି। ଯାହା ଦର୍ଶାଉଛି ଯେ ଏହି ରାଜ୍ୟଗୁଡିକ ନଗଦ ଅସନ୍ତୁଳନର ଏକ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଆରବିଆଇର ରିପୋର୍ଟ ଅନୁଯାୟୀ ମଣିପୁର, ମିଜୋରାମ ଏବଂ ନାଗାଲାଣ୍ଡର ତିନିଟି ଉତ୍ତର-ପୂର୍ବ ରାଜ୍ୟ ଏହି ସୁବିଧାକୁ ବାରମ୍ବାର ବ୍ୟବହାର କରୁଛନ୍ତି। ରିଜର୍ଭ ବ୍ୟାଙ୍କ ପ୍ରକୃତରେ ରାଜ୍ୟଗୁଡିକୁ ତିନୋଟି ସ୍ୱଳ୍ପ ମିଆଦି ସୁବିଧା ପ୍ରଦାନ କରିଥାଏ। ବଜାରରୁ ଋଣ ତୁଳନାରେ ରାଜ୍ୟଗୁଡିକ ଏହି ସୁବିଧାଗୁଡିକ ବ୍ୟବହାର କରିବାର ଏକ ମୁଖ୍ୟ କାରଣ ହେଉଛି ଶସ୍ତା ମୂଲ୍ୟ । ଅଗଷ୍ଟ ସୁଦ୍ଧା ଏହି ରାଜ୍ୟଗୁଡିକ ହାରାହାରି ୩.୨ ରୁ ୪.୨ ପ୍ରତିଶତ ହାରରେ SDF ସୁବିଧା ଲାଭ କରିଥିବାବେଳେ ରାଜ୍ୟ ବଣ୍ଡର ମୂଲ୍ୟ ୭.୮ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଛି। ନିକଟରେ ହୋଇଥିବା ଆରବିଆଇ ଅଧ୍ୟୟନରେ ଆର୍ଥିକ ପରିଚାଳନା ଦୃଷ୍ଟିରୁ ୧୦ ଟି ଦୁର୍ବଳ ରାଜ୍ୟ ଚିହ୍ନଟ ହୋଇଛି। ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶ, ବିହାର, ହରିୟାଣା, ଝାଡଖଣ୍ଡ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ।ବ୍ୟାଙ୍କ ଅଫ୍ ବରୋଦା ର ଅର୍ଥନୀତିଜ୍ଞ ସୋନାଲ ବଦାନ୍ ଙ୍କ କହିବାନୁସାରେ, ଏହି ସୁବିଧାଗୁଡ଼ିକର ବାରମ୍ବାର ବ୍ୟବହାର ଏହି ରାଜ୍ୟଗୁଡ଼ିକର ଗଭୀର ଆର୍ଥିକ ଅସନ୍ତୁଳନ କରୁଛନ୍ତି। ଏହାର ଅର୍ଥ ହେଉଛି ଯେ ସେମାନେ ରୋଜଗାରଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି। ଏହା ସାମଗ୍ରିକ ଆର୍ଥିକ ସ୍ଥିତିର ପ୍ରାରମ୍ଭିକ ସୂଚକ ।

ଅନ୍ୟପକ୍ଷରେ, ଅକ୍ଟୋବର ୧୪ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪୫ ମିଲିୟନ ଡ଼ଲାରରୁ ୫୨୮.୩୭ ବିଲିୟନ ଡ଼ଲାରରେ ପହଞ୍ଚିଛି। ଆରବିଆଇ ଏହି ସୂଚନା ଦେଇଛି। ଅକ୍ଟୋବର ୭ ଶେଷ ହୋଇଥିବା ସପ୍ତାହରେ, ଫରେକ୍ସ ଭଣ୍ଡାର ୨୦୪ ନିୟୁତ ଡଲାରକୁ ବୃଦ୍ଧି ପାଇ ୫୩୨.୮୬୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ଚଳିତ ବର୍ଷ ଅଗଷ୍ଟ ପରଠାରୁ ପ୍ରଥମ ଥର ପାଇଁ ଏହା ଏକ ସପ୍ତାହ ମଧ୍ୟରେ ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.