fbpx

ବର୍ଷର ଶେଷ ସୂର୍ଯ୍ୟପରାଗ: ଓଡ଼ିଶାରେ କେଉଁଠି ଓ କେତେ ସମୟ ଦେଖିପାରିବେ ଆପଣ, ଜାଣନ୍ତୁ

ଆଜି ଆଂଶିକ ସୂର୍ଯ୍ୟପରାଗ। ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏହା ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି । ସେପଟେ ଗ୍ରହଣକୁ ନେଇ ଅନେକ ଧର୍ମୀୟ ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆଜି ରାତିସାରା ଶ୍ରୀମନ୍ଦିରରେ ନୀତିକାନ୍ତି ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଏହି ମହାଜାଗତିକ ଦୃଶ୍ୟ ଦେଖାଯିବ। ଏଠି ଘୋଡ଼େଇ ହେବ ସୂର୍ଯ୍ୟର ମାତ୍ର ୧୦ରୁ ୧୫% ଅଂଶ। ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମରେ ବିଭିନ୍ନ କଟକଣା, ନୀତିକାନ୍ତି ଓ ଲୋକ ବିଶ୍ୱାସ ରହିଛି । ତେବେ ଓଡ଼ିଶାରେ କେଉଁଠି ଓ କେତେ ସମୟରେ ଲୋକମାନେ ସୂର୍ଯ୍ୟପରାଗ ଦେଖିପାରିବେ, ଆସନ୍ତୁ ଜାଣିବା …

> କେନ୍ଦ୍ରାପଡା – ୪.୫୬ ରୁ ୫.୧୩ (୧୭ମିନିଟ୍ ଦେଖାଯିବ)
> ଜଗତସିଂହପୁର – ୪.୫୬ ରୁ ୫.୧୪ (୧୮ ମିନିଟ୍ ଦେଖାଯିବ)
> ଭଦ୍ରକ – ୪.୫୪ ରୁ ୫.୧୨ (୧୮ମିନିଟ୍ ଦେଖାଯିବ)
> ମୟୁରଭଂଜ – ୪.୫୨ ରୁ ୫.୧୦ (୧୮ମିନିଟ୍ ଦେଖାଯିବ)
> ଯାଜପୁର – ୪.୫୫ ରୁ ୫.୧୩ (୧୮ମିନିଟ୍ ଦେଖାଯିବ)
> ପୁରୀ – ୪.୫୭ ରୁ ୫.୧୬ (୧୯ମିନିଟ୍ ଦେଖାଯିବ)
> ଖୋର୍ଦ୍ଧା – ୪.୫୭ ରୁ ୫.୧୭ (୨୦ମିନିଟ୍ ଦେଖାଯିବ)
> କଟକ – ୪.୫୬ ରୁ ୫.୧୫ (୨୦ମିନିଟ୍ ଦେଖାଯିବ)
> ଢେଙ୍କାନାଳ – ୪.୫୫ ରୁ ୫.୧୬ (୨୧ମିନିଟ୍ ଦେଖାଯିବ)
> ଗଂଜାମ – ୪.୫୮ ରୁ ୫.୨୦ (୨୨ମିନିଟ୍ ଦେଖାଯିବ)
> ନୟାଗଡ – ୪.୫୬ ରୁ ୫.୧୮ (୨୩ମିନିଟ୍ ଦେଖାଯିବ)
> କେନ୍ଦୁଝର – ୪.୫୩ ରୁ ୫.୧୬ (୨୩ମିନିଟ୍ ଦେଖାଯିବ)
> କଳାହାଣ୍ଡି – ୪.୫୬ ରୁ ୫.୧୯ (୨୩ମିନିଟ୍ ଦେଖାଯିବ)
> ଅନଗୁଳ – ୪.୫୪ ରୁ ୫.୧୮ (୨୪ମିନିଟ୍ ଦେଖାଯିବ)
> ଗଜପତି – ୪.୫୯ ରୁ ୫.୨୩ (୨୫ମିନିଟ୍ ଦେଖାଯିବ)
> ବୌଦ୍ଧ – ୪.୫୪ ରୁ ୫.୨୧ (୨୭ମିନିଟ୍ ଦେଖାଯିବ)
> ଦେବଗଡ – ୪.୫୨ରୁ ୫.୧୯ (୨୭ମିନିଟ୍ ଦେଖାଯିବ)
> କନ୍ଧମାଳ – ୪.୫୫ ରୁ ୫.୨୩ (୨୮ମିନିଟ୍ ଦେଖାଯିବ)
> ସମ୍ବଲପୁର – ୪.୫୨ ରୁ ୫.୨୦ (୨୮ମିନିଟ୍ ଦେଖାଯିବ)
> ରାୟଗଡା – ୪.୫୭ ରୁ ୫.୨୬ (୨୯ମିନିଟ୍ ଦେଖାଯିବ)
> ବରଗଡ – ୪.୫୨ରୁ ୫.୨୨ (୩୦ମିନିଟ୍ ଦେଖାଯିବ)
> ସୋନପୁର – ୪.୫୪ ରୁ ୫.୨୪ (୩୦ମିନିଟ୍ ଦେଖାଯିବ)
> ଝାରସୁଗୁଡା – ୪.୫୧ରୁ ୫.୨୧ (୩୦ମିନିଟ୍ ଦେଖାଯିବ)
> ସୁନ୍ଦରଗଡ – ୪.୫୦ ରୁ ୫.୨୧ (୩୧ମିନିଟ୍ ଦେଖାଯିବ)
> କୋରାପୁଟ – ୪.୫୮ ରୁ ୫.୨୯ (୩୧ମିନିଟ୍ ଦେଖାଯିବ)
> ବଲାଙ୍ଗିର – ୪.୫୩ ରୁ ୫.୨୫ (୩୧ମିନିଟ୍ ଦେଖାଯିବ)
> ମାଲକାନାଗିରି – ୪.୫୯ ରୁ ୫.୩୩ (୩୪ମିନିଟ୍ ଦେଖାଯିବ)
> ନବରଙ୍ଗପୁର – ୪.୫୭ ରୁ ୫.୩୧ (୩୪ମିନିଟ୍ ଦେଖାଯିବ)
> ନୂଆପଡା – ୪.୫୨ ରୁ ୫.୨୮ (୩୬ମିନିଟ୍ ଦେଖାଯିବ)

Get real time updates directly on you device, subscribe now.