fbpx

ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ରୁଷି ସୁନକ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ଏହା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ରୁଷି ସୁନକ୍ । ରାଜା ଚାଲର୍ସ-୩ଙ୍କୁ ଭେଟି ସୁନକ୍ ଦାୟିତ୍ୱ ନେଇଛନ୍ତି । ତେବେ ସୁନକ୍ କାଲି କଞ୍ଜରଭେଟିଭ ପାର୍ଟି ନେତା ଭାବେ ନିର୍ବାଚିତ ହୋଇଥିଲେ ।

ତେବେ କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମରଡଣ୍ଟଙ୍କୁ ପଛରେ ପକାଇ ରୁଷି ସୁନକ ବିଜୟ ହାସଲ କରିଛନ୍ତି। ରୁଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ରୁଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ ।

ରୁଷି ସୁନକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ତାଙ୍କର ଜନ୍ମ ବ୍ରିଟେନରେ ହୋଇଥିଲେ ବି ତାଙ୍କ ପରିବାର ପଞ୍ଜାବର ବାସିନ୍ଦା । ସୁନକ୍ ହେଉଛନ୍ତି ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସ୍‌ରୁ ଓହରିବା ପରେ, ୪୨ ବର୍ଷୀୟ ରୁଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍ ପାର୍ଟି।

Get real time updates directly on you device, subscribe now.