fbpx

SDJM କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ: ତଥ୍ୟ ନଥାଇ ପ୍ରଚାର ପ୍ରସାର ନକରିବାକୁ ଗଣମାଧ୍ୟମକୁ କଲେ ଅନୁରୋଧ

ଭୁବନେଶ୍ୱର: ବହୁ ବ୍ଲାକ୍‌ମେଲିଂ ମାମାଲାରେ ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ । ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ବଳୟରେ ଆଣି ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ ମାମଲାରେ ଆଜି ସେ କୋର୍ଟରେ ହାଜର ହୋଇଛନ୍ତି ।

କୋର୍ଟକୁ ଯିବା ସମୟରେ ଅର୍ଚ୍ଚନା ଗଣମାଧ୍ୟମକୁ ସଂକ୍ଷିପ୍ତ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । କୌଣସି ତଥ୍ୟ ନଥାଇ ମିଥ୍ୟା ପ୍ରଚାର ପ୍ରସାର ନକରିବାକୁ ସେ ଅନୁରୋଧ କରିଛନ୍ତି । ତେବେ ପୋଲିସ ଅର୍ଚ୍ଚନାଙ୍କୁ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.