fbpx
BJD SKY
BJD SKY

ବିଶ୍ୱକପ ଚମ୍ପିଆନ ଇଂଲଣ୍ଡର ସ୍ଥିତି ସଙ୍ଗୀନ: D/L ନିୟମରେ ମାତ ଦେଲା ଆୟରଲାଣ୍ଡ

BJD

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଚମ୍ପିଆନ ଇଂଲଣ୍ଡ ଟି-୨୦ ବିଶ୍ୱକପରେ ଫେଲ ମାରିଛି । ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ପରାଜୟର ସାମନା କରିଛି ବଟଲର ବାହିନୀ । ଟି-୨୦ ଫର୍ମାଟ ପାଇଁ ଖତରନାକ ବ୍ୟାଟ୍ସମ୍ୟାନଙ୍କୁ ନେଇ ଭରପୂର ଟିମ ଇଂଲଣ୍ଡ କିନ୍ତୁ ବିଶ୍ୱକପରେ ସଂଘର୍ଷ ଜାରି ରଖିଛି । ତେବେ ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ପରାଜୟର କାରଣ ପାଲଟିଛି ଇଂଲଣ୍ଡର ବ୍ୟାଟିଂ ଅର୍ଡର । ଡି.ଏଲ ମେଥଡ ଅନୁସାରେ ଇଂଲଣ୍ଡକୁ ଏହି ମ୍ୟାଚରେ ଝଟକା ଦେଇଛଇ ଆୟରଲାଣ୍ଡ ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୫୮ ରନର ଲକ୍ଷ୍ୟ ରଖିଥିଲା ଆୟରଲାଣ୍ଡ । ତେବେ ଏହି ଛୋଟ ଟୋଟାଲ ଇଂଲଣ୍ଡ ଖୁବ ସହଜରେ ହାସଲ କରି ନେବ ବୋଲି ମନେ ହେଉଥିବା ବେଳେ ମଝିରେ ଆସିଥିଲା ବର୍ଷା । ତେବେ ମ୍ୟାଚ ପୂର୍ବରୁ ଏଠାରେ ବର୍ଷା ହେବା ନେଇ ଆଶଙ୍କା ରହିଥିଲା । ଆୟରଲାଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରି ୧୪.୩ ଓଭରରେ ୧୦୫ ରନ କରିପାରିଥିଲା ଇଂଲିଶ ଟିମ । କିନ୍ତୁ ଏହି ସମୟରେ ପ୍ରବଳ ବର୍ଷା ଇଂଲଣ୍ଡର ସ୍ୱପ୍ନ ଭାଙ୍ଗି ଦେଇଛି । ବର୍ଷା ଯୋଗୁଁ ଆଉଥରେ ମ୍ୟାଚ ଆରମ୍ଭ ହୋଇ ପାରିନଥିଲା । ଫଳରେ ଡକୱର୍ଥ ଲୁଇସ ନିୟମ ଅନୁସାରେ ଆୟରଲାଣ୍ଡ ଏହି ମ୍ୟାଚକୁ ୫ ରନରେ କବଜା କରି ନେଇଛି ।

ଏହା ସହିତ ଇଂଲଣ୍ଡ ବିଶ୍ୱକପରେ ଲଗାତାର ନିଜର ତୃତୀୟ ପରାଜୟ ବରଣ କରିଛି । ପ୍ରତ୍ୟେକ ଥର କମଜୋର ଦଳ ହିଁ ଇଂଲଣ୍ଡକୁ ମାତ ଦେଇଛନ୍ତି । ଏହା ପୂର୍ବରୁ ନେଦରଲାଣ୍ଡ ମଧ୍ୟ ଦୁଇ ଥର ଇଂଲଣ୍ଡ ଉପରେ ବିଜୟ ହାସଲ କରିଛି । ତେବେ ଦିନିକିଆ ବିଶ୍ୱକପର ଚମ୍ପିଆନ ଏବେ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ପାଇଁ ସଂଘର୍ଷ କରୁଥିବାର ଦେଖାଯାଇଛି ।

Get real time updates directly on you device, subscribe now.