fbpx
BJD SKY
BJD SKY

ବିଶ୍ୱ କ୍ରିକେଟ୍ ରେ କୋହଲିଙ୍କ ଦବଦବା ପୁଣି ଆରମ୍ଭ, ଟି -୨୦ ର଼୍ୟାଙ୍କିଙ୍ଗରେ ଟପ୍ ୧୦ କୁ ଫେରିଲେ

BJD

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିବା ପରେ ପୁଣିଥର ବିଶ୍ୱ କ୍ରିକେଟରେ ଦବଦବା ଆରମ୍ଭ କରିଛନ୍ତି ବିରାଟ କୋହଲି। ଏହା ସହିତ ବିଶ୍ୱ କ୍ରିକେଟରେ ନିଜର ହଜିଯାଇଥିବା ରାଜତ୍ୱକୁ ପୁନର୍ବାର ବିରାଟ କୋହଲି ପୁଣି ଫେରି ପାଇଥିବା ଜଣାପଡିଛି। ସଦ୍ୟତମ ର଼୍ୟାଙ୍କିଙ୍ଗରେ ପୁଣି ଥରେ କୋହଲି ଟି -୨୦ ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି। ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ତାଙ୍କର ଐତିହାସିକ ଇନିଂସ ତାଙ୍କୁ ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ ୧୦ରେ ପ୍ରବେଶ କରାଯାଇଛି। ଏବଂ ବର୍ତ୍ତମାନ ସେ ୯ ନମ୍ବରରେ ପହଂଚିଛନ୍ତି।

ଟି -୨୦ ର଼୍ୟାଙ୍କିଙ୍ଗରେ କୋହଲି ୫ଟି ସ୍ଥାନ ଉପରକୁ ଉଠି ୯ ନମ୍ବରକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକପରେ କିଙ୍ଗ କୋହଲି ତାଙ୍କ ଟି -୨୦ କ୍ୟାରିୟରର ସର୍ବୋତ୍ତମ ଇନିଂସ ଖେଳି ଭାରତକୁ ଜିତିବାରେ ସାହାଯ୍ୟ କରିଥିଲେ। କୋହଲି ୮୨ ରନର ଅପରାଜିତ ଇନିଂସ ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ତେବେ ପୂର୍ବପରି ପାକିସ୍ତାନର ମହମ୍ମଦ ରିଜୱାନ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଡିଭନ୍ କନୱେ ଦ୍ୱିତୀୟ ସ୍ଥାନରେ ନିଜର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଡିଭନ୍ କନୱେ ୩ ଟି ସ୍ଥାନ ଉପରକୁ ଉଠି ହାସଲ କରିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କନୱେ ଚମତ୍କାର ୯୨ ଖେଳିଥିଲେ, ଯାହା ତାଙ୍କ ର଼୍ୟାଙ୍କିଙ୍ଗରେ ପରିବର୍ତନ ଆଣିଛି। ସେହିପରି ନମ୍ବରରେ ନିଜର ତୃତୀୟ ସ୍ଥାନ ବଜାୟ ରଖିବାରେ ସୂର୍ଯ୍ୟକୁମାର ଯାଦବ ସଫଳ ହୋଇଛନ୍ତି। ଏଥି ସହିତ ପାକିସ୍ତାନର ଅଧିନାୟକ ବାବର ଆଜାମ ୪ ନମ୍ବରରେ ଉପସ୍ଥିତ ଅଛନ୍ତି।

Get real time updates directly on you device, subscribe now.