fbpx

ଜେଲ ଭିତରକୁ ଟାଣିନେଲା ମଡେଲଙ୍କ ଅଶ୍ଳୀଳ ପୋଷ୍ଟ: ୬ ବର୍ଷ ପର୍ଯ୍ୟନ୍ତ କାଟିବେ ସଜା

ସ୍ୱପ୍ନକୁ ସାକାର କରିବା ଚକ୍କରରେ ଡାକ୍ତରରୁ ମଡେଲ ବନିଗଲେ ଜଣେ ମହିଳା । କିନ୍ତୁ ଏହି ସ୍ୱପ୍ନ ତାଙ୍କୁ ଆଜି ଜେଲର ଚାରିକାନ୍ଥ ଭିତରକୁ ଟାଣି ନେଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ମାମଲା ଚାଲିଥିଲା । କିନ୍ତୁ ଏବେ ତାଙ୍କୁ ୬ ବର୍ଷ ପାଇଁ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ଗତ ସେପ୍ଟେମ୍ବରରେ ଏହି ମଡେଲଙ୍କୁ ୬ ବର୍ଷ କାରାଗାର ପଠାଇବାକୁ କୋର୍ଟରେ ଶୁଣାଣି ହୋଇଛି ।

ସୂଚନା ଅନୁସାରେ, ଏହି ଘଟଣା ହେଉଛି ମିଆଁମାରର ଜଣେ ମଡେଲ ନାଙ୍ଗ ମୱେ ସାନଙ୍କର । ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ତେବେ ତାଙ୍କର କିଛି କାରନାମା ପାଇଁ ଦେଶର ସଂସ୍କୃତି ଏବଂ ଗାରିମା ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା । ଏମିତିକି ଆଡଲ୍ଟ ୱେବସାଇଟରେ ସେ ନିଜର ଫଟୋ ସେୟାର କରୁଥିବା ମଧ୍ୟ କୁହାଯାଇଥିଲା । ଏହାକୁ ନେଇ ଅସନ୍ତୋଷ ଜାହିର କରିବା ସହ ମିଲିଟାରୀ କୋର୍ଟରେ ମୋକଦ୍ଦମା ଆରମ୍ଭ କରିଥିଲେ ସେନା ଅଧିକାରୀ । ତେବେ ଏହି ମାମଲାରେ କୋର୍ଟ ତାଙ୍କୁ ୬ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଦେଶର ଇଲେକ୍ଟ୍ରୋନିକ ଟ୍ରାଞ୍ଜାକ୍ସନ ଲ’ ଅନୁସାରେ ତାଙ୍କୁ ଦଣ୍ଡାଦେଶ ହୋଇଥିବା ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ।

 

View this post on Instagram

 

A post shared by Nang Mwe San (@nangmwesan)

ପ୍ରକାଶ ଥାଉ କି, ମିଆଁମାରରେ ମିଲିଟାରୀ ଶାସନ ଏବଂ ମାର୍ଶଲ ଲ’ ଲାଗୁ ହୋଇଛି । ଏଠାରେ ସବୁକିଛି ସେନା ହାତରେ ରହିଥିବା ବେଳେ ପ୍ରତ୍ୟେକ ଅଭିଯୋଗର ଶୁଣାଣି ମଲିଟାରୀ କୋର୍ଟରେ ହୋଇଥାଏ । ତେବେ ନାଙ୍ଗ ପୋଷ୍ଟ କରୁଥିବା ସମସ୍ତ ଫଟୋ ମିଆଁମାର ପରମ୍ପରାର ବିରୁଦ୍ଧ ବୋଲି କାଉନ୍ସିଲ କହିଥିଲେ ମଧ୍ୟ ସେ ଏହାକୁ ମାନନଥିଲେ । ଏହାପରେ କାଉନ୍ସିଲ ତରଫରୁ ତାଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା । ଏବେ ସମାନ ଘଟଣାରେ ତାଙ୍କୁ ୬ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ।

 

View this post on Instagram

 

A post shared by Nang Mwe San (@nangmwesan)

Get real time updates directly on you device, subscribe now.