fbpx

(Video) ପୂଣ୍ୟ କରିବା ପାଇଁ ନେମାଳ ଯାଉଛି ମାଙ୍କଡ: ଯାହା କେବେ କରିନି ମଣିଷ ତାହା କରି ଦେଲା ପଶୁ଼

ଶ୍ରୀକ୍ଷେତ୍ରରୁ କଟକ ଜିଲ୍ଲା ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ । ଦୁରତା ହେବ ୧୨୦ କିଲୋ ମିଟରରୁ ଅଧିକ । ଡେଇଁ ଡେଇଁ ନୁହେଁ, ମଣିଷଙ୍କ ଭଳି ଚାଲି ଚାଲି ଅଚ୍ୟୁତାନନ୍ଦଙ୍କ ପୀଠକୁ ଯାଉଛି ବୁଢ଼ା ପାତି ମାଙ୍କଡ଼ । ସେଠାରେ ପହଞ୍ଚି କାର୍ତ୍ତିକ ବ୍ରତ ପାଳିବ ବୋଲି ବାହାରିଛି ଏହି ମାଙ୍କଡ । କାର୍ତ୍ତିକ ମାସ ଆରମ୍ଭରୁ ସରିବା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ମାଙ୍କଡ଼ ଆସି ନେମାଳରେ ରୁହେ ।

କେବଳ ମଣିଷ ମାନେ ହିଁ କାର୍ତ୍ତିକରେ ଭଗବାନଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରୁଥିବା କଥାକୁ ଭୁଲ ବୋଲି ପ୍ରମାଣ କରିଛି ଗୋଟିଏ ମାଙ୍କଡ । ମଣିଷଙ୍କ ଭଳି ଜୀବଜନ୍ତୁ ମଧ୍ୟ ଭଗବାନଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିବାକୁ ଚାହାଁନ୍ତି । ଭାଇରାଲ ହେଉଥିବା ଏହି ଭିଡିଓଟି ଯାହାର ପ୍ରମାଣ ଦେଉଛି । ଏହି ମାଙ୍କଡ଼ଟି ରାସ୍ତାରେ ଅଚ୍ୟୁତାନନ୍ଦ ପୀଠକୁ ଯାଉଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଗଛରୁ ଗଛକୁ ଡେଇଁ ଡେଇଁ ନ ଯାଇ ରାସ୍ତାରେ ଚାଲି ଚାଲି ଯାଉତିବାର ଦେଖାଯାଇଛି । ତେବେ ଏହା ଏତର ପ୍ରଥମ ଥର ନୁହେଁ, ଏହି ବୃଦ୍ଧ ପାତି ମାଙ୍କଡ଼ଟି ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରୁ କଟକ ଅଚ୍ୟୁତାନନ୍ଦଙ୍କ ପୀଠକୁ ଚାଲି ଚାଲି ଆସେ । ପବିତ୍ର ମାସରେ ଭଗବାନଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିବା ପାଇଁ ମାଙ୍କଡଟି ଏମିତି କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।

କୁହାଯାଏ ଏକ ବୁଢ଼ା ପାତି ମାଙ୍କଡ଼ ପ୍ରତିବର୍ଷ କାର୍ତ୍ତିକ ମାସରେ ପୂଣ୍ୟ ଅର୍ଜନ କରିବା ପାଇଁ ପୁରୀରୁ କଟକ ଜିଲ୍ଲା ସାଲେପୁର ଦେଇ ଚିତ୍ରୋତ୍ପଳା ନଦୀ ବନ୍ଧରେ ଯାଇ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠକୁ ଗତ ୮ରୁ ଅଧିକ ବର୍ଷ ହେଲା ଆସୁଛି । ରାସ୍ତାରେ ମାଙ୍କଡ଼ ଆସିବା ବେଳେ ତାକୁ ଲୋକେ ବିଭିନ୍ନ ପ୍ରକାରର ଫଳମୂଳ ଖାଇବାକୁ ଦିଅନ୍ତି । ତେବେ ପ୍ରତିବର୍ଷ ଏହି ସମୟରେ ମାଙ୍କଡ଼ଟି ଆସୁଥିବାରୁ ଲୋଙ୍କ ମନରେ ଐଶ୍ୱରୀୟ ଭାବନା ଜାଗ୍ରତ ହେଉଛି ।

Get real time updates directly on you device, subscribe now.