fbpx

(Video) ଗୋଟିଏ ହାତରେ ଏକା ସାଙ୍ଗରେ କରିଦେଲେ ୧୫ ଜଣ ମହାପୁରୁଷଙ୍କ ଚିତ୍ର: ଯୁବତୀ ଭାଙ୍ଗିଲେ ସବୁ ରେକର୍ଡ

ନୂଆଦିଲ୍ଲୀ: ଆମ ଚାରିପାଖରେ ଅନେକ ଲୋକ ଭିନ୍ନ ଭିନ୍ନ ଟାଲେଣ୍ଟର ଅଧିକାରୀ ହୋଇଥାନ୍ତି । ତେବେ ସୋସିଆଲ ମିଡିଆ ଏବେ ଏହି ବ୍ୟକ୍ତି ଏବଂ ସେମାନଙ୍କ ଟାଲେଣ୍ଟକୁ ଲୋକଲାଚନରେ ଆଣିବାର ମାଧ୍ୟମ ପାଲଟିଛି । ଏହାମଧ୍ୟରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଯୁବତୀଜଣକ ଗୋଟିଏ ହାତରେ ଗୋଟିଏ ସମୟରେ ଭାରତର ୧୫ ଜଣ ମହାପୁରୁଷଙ୍କ ଚିତ୍ର ଆଙ୍କି ରେକର୍ଡ ସୃଷ୍ଟି କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଭିଡିଓ ଅପଲୋଡ କରିଛନ୍ତି ବିଶିଷ୍ଟ ଉଦ୍ୟୋଗୀ ଆନନ୍ଦ ମହିନ୍ଦ୍ରା । ତେବେ କ୍ୟାପ୍ସନରେ ଲେଖିଛନ୍ତି ଯେ, ଏହା କେମିତି ସମ୍ଭବ ହୋଇଛି ତାହା ବୁଝିବା ବି କଷ୍ଟକର । ସେ ଜଣେ ପ୍ରତିଭାଶାଳୀ କଳାକାର, କିନ୍ତୁ ଏକା ସାଙ୍ଗରେ ୧୫ ଜଣଙ୍କ ଚିତ୍ର କରିବା କେଉଁ କଳାରୁ ଖୁବ ଅଧିକ-ଚମତ୍କାର ହୋଇଥାଏ । ଏହି ଯୁବତୀଙ୍କ ଠିକଣା ଖୋଜି ତାଙ୍କୁ ପ୍ରୋତ୍ସାହନ କରିବା ଆବଶ୍ୟକ । ଏହାସହ ଏହି ଟାଲେଣ୍ଟକୁ ଛାତ୍ରବୃତ୍ତି ଏବଂ ଅନ୍ୟ ସହାୟତା ଦେବା ମୋ ପାଇଁ ଖୁସିର ବିଷୟ ହେବ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଜଣେ ଯୁବତୀ ଏକ ବୋର୍ଡରେ ଏହି ସବୁ ଚିତ୍ର ତିଆରି କରୁଛନ୍ତି । କିଛି ଛୋଟ ଛୋଟ କାଠ ଟୁକୁଡାକୁ ଏକାଠି କରି ବାନ୍ଧି ଦେଉଛନ୍ତି । ଏହାପରେ ଏହି କାଠ ବକ୍ସକୁ ଧରି ଆରମ୍ଭ କରୁଛନ୍ତି ଚିତ୍ର । ସେଥିରେ ଲାଗିଥିବା କଲମରେ ଆପେ ଆପେ ମହାପୁରୁଷମାନଙ୍କ ଚିତ୍ର ତିଆରି ହୋଇଯାଉଛି । ତେବେ ଏହି ବୋର୍ଡରେ ସ୍ୱାମୀ ବିବେକାନନ୍ଦ, ଭଗତ ସିଂହ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ୧୫ ଜଣ ସଦସ୍ୟଙ୍କୁ ସ୍ଥାନ ଦେଇଛନ୍ତି ।

ତେବେ ଗୋଟିଏ ହାତରେ ଏକାସାଙ୍ଗରେ ଅଲଗା ଅଲଗା ଲୋକଙ୍କ ଅବିକଳ ଚିତ୍ର କରି ଦେଖାଇଛନ୍ତି ସେ । ତେବେ ଏମିତି କରି ସେ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଦାବି କରାଯାଇଛି । ତେବେ ଏଭଳି ଅଦ୍ଭୁତ ଟାଲେଣ୍ଟ ସହ ଜନ୍ମ ନେଇଥିବା ଏହି ଯୁବତୀଙ୍କ ପରିଚୟ ଏଯାବତ ମିଳିପାରି ନାହିଁ । କିନ୍ତୁ ତାଙ୍କ ନାମ ନୂର ଜାହାଁ ବୋଲି କୁହାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.