fbpx

ମଣିଷର ବ୍ରେନକୁ ସ୍କାନିଂ କରି ଭାବନାକୁ ପଢ଼ିହେବ: ବୈଜ୍ଞାନିକଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ: ମଣିଷର ବ୍ରେନ ଉପରେ ବୈଜ୍ଞାନିକମାନେ ସର୍ବଦା ରିସର୍ଚ୍ଚ ଚଳାଇ ଆସିଛନ୍ତି । ତେବେ ଏନେଇ ଅନେକ ସମୟରେ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ମଧ୍ୟ ଆସିଥାଏ । ତେବେ ବ୍ରେନ ସ୍କାନିଂ ମାଧ୍ୟମରେ ମଣିଷର ଭାବନାକୁ ପଢ଼ିବା ସମ୍ଭବ ହୋଇପାରିବ । ଏଥିପାଇଁ ମଣିଷର ବ୍ରେନରେ ଏକ ଡିଭାଇସକୁ ସ୍ଥାପିତ କରିବାକୁ ପଡ଼ିବ । ଏଥିପାଇଁ ପଙ୍କସନାଲ ମ୍ୟାଗ୍ନେଟିକ ରିଜୋନାନ୍ସ ଇମେଜିଂ (ଏଫଏମଆରଆଇ) ରେକର୍ଡିଂର ସହାୟତା ନେବାକୁ ପଡ଼ିବ ।

ଯେଉଁ ଲୋକମାନେ କଥାବାର୍ତ୍ତା କରିବାରେ ଅକ୍ଷମ ସେମାନଙ୍କଠାରେ ଏହି ଡିଭାଇସକୁ ବ୍ୟବହାର କରାଯିବ । ଏଫଏମଆରଆଇ ଦ୍ୱାରା ବ୍ରେନର ରକ୍ତ ପ୍ରବାହରେ ପରିବର୍ତ୍ତନ ହୋଇଥାଏ । ଏହା ଜଣଙ୍କର ଭାବନା ବିପକ୍ଷରେ କାର୍ଯ୍ୟ କରିଥାଏ । ତେବେ ୟୁନିଭରସିଟି ଅଫ୍ ଟେକ୍ସାସର ଜଣେ ସ୍ନାୟୁ ବିଜ୍ଞାନୀ କହିଛନ୍ତି, ୨୦ ବର୍ଷ ପୂର୍ବରୁ ଏହି ତଥ୍ୟ ଶୁଣିଥିଲେ ଯେ କୌଣସି ସ୍ନାୟୁ ବିଜ୍ଞାନୀ ହସିଥାନ୍ତେ । ମାତ୍ର ଆଜି ଗବେଷକମାନେ ଏ ଦିଗରେ ଅନେକ ଆଗକୁ ଯାଇପାରିଛନ୍ତି ।

ରିସର୍ଚ୍ଚରମାନେ ଜଣେ ମହିଳା ଓ ଦୁଇଜଣ ପୁରୁଷଙ୍କର ବ୍ରେନକୁ ସ୍କାନିଂ କରିଥିଲେ । ପ୍ରତ୍ୟେକଙ୍କୁ ସ୍କାନର ମାଧ୍ୟମରେ ୧୬ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ପଡକାଷ୍ଟ ଓ ରେଡିଓ ଶୋ’ ଶୁଣିବାକୁ ଦିଆଯାଇଥିଲା । ଏହାପରେ ଏହି ସ୍କାନିଂକୁ ଏକ କମ୍ପ୍ୟୁଟର ଆଲଗୋରିଦମ ମଧ୍ୟରେ ଫିଡ୍ କରାଯାଇଥିଲା, ଯାହାକୁ କି ‘ଡିକୋଡର’ କୁହାଯାଏ । ଏହି ଡିକୋଡର ଅଡିଓ ପ୍ୟାଟର୍ଣ୍ଣ ସହିତ ବ୍ରେନରେ ରେକର୍ଡ ହୋଇଥିବା ପ୍ୟାଟର୍ଣ୍ଣକୁ ତୁଳନା କରିଥିଲା । ଗୋଟିଏ ଡିକୋଡର ଜଣେ ବ୍ୟକ୍ତିର ବ୍ରେନ ସ୍କାନିଂ ପାଇଁ ତାଲିମପ୍ରାପ୍ତ ହୋଇଥାଏ । ମାତ୍ର ତାହା ଅନ୍ୟ ଜଣେ ବ୍ୟକ୍ତିର ଭାଷାକୁ ପୁନଃ ନିର୍ମାଣ କରି ପାରିବ ନାହିଁ ବୋଲି ରିସର୍ଚ୍ଚରମାନେ କହିଛନ୍ତି ।

Get real time updates directly on you device, subscribe now.