fbpx
BSKY
BJD SHG SKY
BJD MC SKY

‘କର ବା ମର’ ସ୍ଥିତିରେ ଇଂଲଣ୍ଡ-ଅଷ୍ଟ୍ରେଲିଆ: ମ୍ୟାଚ ଉପରେ ଘେରି ରହିଛି କଳାବାଦଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଆୟୋଜକ ଅଷ୍ଟ୍ରେଲିଆ ଏବେ ଟୁର୍ଣ୍ଣାମେଣ୍ଟରେ ସଙ୍ଗୀନ ସ୍ଥିତିରେ ରହିଛି । ପ୍ରଥମ ମ୍ୟାଚରେ ପରାଜୟ ପରେ ଦଳ ପାଇଁ ସେମିଫାଇନାଲ ରାସ୍ତା ଆହୁରି କଠିନ ହୋଇଯାଇଛି । ଦିନିକିଆ ବିଶ୍ୱ ଚମ୍ପିଆନ ଇଂଲଣ୍ଡର ମଧ୍ୟ ସମାନ ପରିସ୍ଥିତିରେ ରହିଛି । ଉଭୟ ଚମ୍ପିଆନ ଦଳ ଏବେ ଟି-୨୦ ବିଶ୍ୱକପରେ ସଂଘର୍ଷ କରୁଥିବା ଦେଖାଯାଇଛି । ଏହି ସମୟରେ ଉଭୟଙ୍କ ମ୍ୟାଚ ଉପରେ ବର୍ଷା ଦାଉ ସାଧିଛି ।

ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଏବେ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପ୍ରବଳ ବର୍ଷା ପାଇଁ ଏହି ମ୍ୟାଚରେ ଟସ ବିଳମ୍ବ ହେବାରେ ଲାଗିଛି । ପୂର୍ବରୁ ଆଜି ସକାଳେ ଆୟରଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି । ତେବେ ସେମି ଫାଇନାଳରେ ସ୍ଥାନ ପକ୍କା କରିବା ପାଇଁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଉଭୟଙ୍କୁ ଏହି ମ୍ୟାଚରେ ବିଜୟର ଆବଶ୍ୟକତା ରହିଥିବା ବେଳେ ମ୍ୟାଚ ଖେଳାଯିବା ନେଇ ଆଶଙ୍କା ଦେଖାଦେଲାଣି । ତେବେ ଏହି ମ୍ୟାଚରେ ବିଜୟୀ ଟିମ ୪ ପଏଣ୍ଟ ସହ ଟପରେ ପହଞ୍ଚିବ । କିନ୍ତୁ ଏହି ମ୍ୟାଚ ଖେଳାଯିବା ଉଭୟ ଦଳ ପାଇଁ ଖୁବ ଜରୁରୀ ହୋଇପଡିଛି । ଅର୍ଥାତ ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡଙ୍କ ଭବିଷ୍ୟତ ଏବେ ବର୍ଷା ହାତରେ ରହିଛି ।

ତେବେ ଯଦି ଏହି ମ୍ୟାଚ ରଦ୍ଦ ହୁଏ, ତେବେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଯିବ । କିନ୍ତୁ ଏହା ଉଭୟ ଦଳ ପାଇଁ ବିପଦ ହୋଇପାରେ । ଉଭୟ ଦଳ ଏହି ୧ ପଏଣ୍ଟ ସହ ୩ ଟି ମ୍ୟାଚରେ ୩ ପଏଣ୍ଟରେ ରହିବେ । ଏହାଫଳରେ ଦଳକୁ ସେମିଫାଇନାଲ ପାଇଁ ଅନ୍ୟ ଦଳମାନଙ୍କ ହାର-ଜିତ ଉପରେ ନିର୍ଭର କରିବାକୁ ପଡିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ୧-୧ ମ୍ୟାଚରେ ପରାଜୟର ସାମନା କରିଛନ୍ତି । ଫଳରେ ଉଭୟ ଦଳ ନିକଟରେ ଏବେ ୨ ପଏଣ୍ଟ ରହିଛି । ତେଣୁ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

Get real time updates directly on you device, subscribe now.