fbpx

ଆପଣ ହସୁଥିବା ସୂର୍ଯ୍ୟକୁ ଦେଖିଛନ୍ତି କି? ନାସା ପୋଷ୍ଟ କଲା ଫଟୋ, ହୋଇପାରେ ସଙ୍କଟର ସଙ୍କେତ

ନୂଆଦିଲ୍ଲୀ: ହସୁଛନ୍ତି ସୂର୍ଯ୍ୟ, ଏଭଳି ଏକ ଆଶ୍ଚର୍ଯ୍ୟକର ଫଟୋ ଏବେ ସମସ୍ତଙ୍କ ସାମ୍ନାକୁ ଆଣିଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସୀ ‘ନାସା’। ବସ୍ତବରେ ଏହି ଫଟୋ ଟି ଏପରି ଦେଖାଯାଉଛି ଯେମିତି ସୁର୍ଯ୍ୟ ସତକୁ ସତ ହସୁଛନ୍ତି। ତେବେ ସୂର୍ଯ୍ୟଙ୍କ ଏପରି ଫଟୋ ଦେଖି ଏହା ଏକ ଚେତାବନୀ ବୋଲି ଭାବୁଛନ୍ତି ବିଶେଷଜ୍ଞ। ନାସା ଏହାର ଟେଲିସ୍କୋପ ସାହାଯ୍ୟରେ ଏହି ଫଟୋ ଉଠାଇଥିବା ଜଣାପଡିଛି।

ଏହି ଫଟୋର କ୍ୟାପସନ୍‌ରେ ନାସା ଲେଖିଛି ଯେ, ‘ଶନିବାର ଦିନ ସୂର୍ଯ୍ୟଙ୍କଠାରୁ ପୃଥିବୀ ଆଡକୁ ଅତିବାଇଗଣି ରଶ୍ମିର ଆକ୍ରମଣ ହୋଇପାରେ ବୋଲି କୁହାଯାଇଛି।’ ଗାର୍ଡିଆନ ସ୍ପେସ୍ ୱିଥର୍ ଡଟ୍ କମ୍ ରିପୋର୍ଟ ଅନୁସାରେ କହିଛି ଯେ, ନାସାର ସୋଲାର ଡାଇନାମିକ୍ସ ଅବଜରଭେଟୋରୀ କ୍ୟାମେରାରେ ସୂର୍ଯ୍ୟଙ୍କର ହସୁଥିବା ଏହି ଫଟୋକୁ କଏଦ କରିଛି। ଅତିବାଇଗଣୀ ରଙ୍ଗର ଆଲୋକରେ ଦେଖାଯାଉଥିବା ସୂର୍ଯ୍ୟଙ୍କ ଉପରେ ଗାଢ଼ ଦାଗଗୁଡିକ କରୋନାଲ୍ ଛିଦ୍ର ଭାବରେ ଜଣାଶୁଣା। ସେଗୁଡିକ ହେଉଛି ସେହି ସ୍ଥାନ ଯେଉଁଠାରେ ମହାକାଶରେ ପ୍ରବଳ ସୌର ପବନ ପ୍ରବାହିତ ହୁଏ। ଅନ୍ୟପକ୍ଷରେ ନାସା ଏହି ଫଟୋ ପ୍ରକାଶ କରିବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। ଅନେକ ଲୋକ ଏହାକୁ ଭୂତଳ ମାସ୍କ, କିଛି ସିଂହ ଏବଂ କିଛି ଶିଶୁ ଶୋ ଟେଲିଟୁବିଜ୍ ସହିତ ତୁଳନା କରିଛନ୍ତି।

ନାସା ଏହି ଫଟୋ ୨୬ ଅକ୍ଟୋବରରେ ପୋଷ୍ଟ କରିଥିଲା । ଏହି ଫଟୋ ପୋଷ୍ଟ ମାତ୍ରକେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା । ଲୋକେ ଏହାକୁ ଦେଖି ନାନା ପ୍ରକାର କମେଣ୍ଟ କରୁଛନ୍ତି । ସୂର୍ଯ୍ୟଙ୍କ ଏହି ଫଟୋ ଦେଖି ଜଣେ ୟୁଜର ଲେଖିଥିଲେ କି, ଏହା ପ୍ରମାଣ ହୋଇଗଲା ଯେ, ସୂର୍ଯ୍ୟ ଗୋଟିଏ ବିସ୍କୁଟ୍ ଅଟେ । ଏହି କମେଣ୍ଟ ସହିତ ବ୍ୟକ୍ତି ଜଣକ ଏକ ବିସ୍କୁଟ୍‌ର ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।

Get real time updates directly on you device, subscribe now.