fbpx

RPF ଏବଂ ASI ର ୯୫୦୦ ପଦରେ ନିଯୁକ୍ତି ବିଜ୍ଞପ୍ତି ଉପରେ ସ୍ପଷ୍ଟୀକରଣ ଦେଲା ରେଳ ମନ୍ତ୍ରଣାଳୟର

ନୂଆଦିଲ୍ଲୀ: ରେଳ ସୁରକ୍ଷା ବଳ (ଆରପିଏଫ) ରେ କନଷ୍ଟେବଳ ତଥା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ର ୯୫୦୦ ପଦବୀରେ ନିଯୁକ୍ତି ଦେବେ ସରକାର। ଏଭଳି ଏକ ମେସେଜ ଏବେ ସୋସିଆଲ ମିଡିଆ ଏବଂ ଖବରକାଗଜରେ ନକଲି ବାର୍ତ୍ତା ପ୍ରଚାର କରାଯାଉଛି। ତେବେ ଆରପିଏଫ କିମ୍ବା ରେଳ ମନ୍ତ୍ରଣାଳୟ ସେମାନଙ୍କ ଅଫିସିଆଲ ୱେବସାଇଟରେ କୌଣସି ସୂଚନା ନାହିଁ।

ସେହିପରି ମୁଦ୍ରଣ କିମ୍ବା ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ କୌଣସି ବିଜ୍ଞପ୍ତି ପ୍ରଦାନ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ସରକାରୀ ଚାରିକିରି ଆଶାୟୀ ଯୁବକ ଯୁବତୀ ମାନେ ଠକାମିର ଶିକାର ହୋଇପାରନ୍ତି। ଏହି ମିଥ୍ୟା ଖବରକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି। ତେବେ ଏହା ସହିତ ମନ୍ତ୍ରାଳୟ ପକ୍ଷରୁ ଏଭଳି ନକଲି ଖବରକୁ ଗୁରୁତ୍ୱ ନଦେବା ଏବଂ ସମସ୍ତ ପ୍ରତିଷ୍ଠିତ ତଥା ଦାୟିତ୍ୱ ପ୍ରାପ୍ତ ଗଣମାଧ୍ୟମ ଏହାକୁ ଅଣଦେଖା କରିବା ଉଚିତ୍ ବୋଲି ମଧ୍ୟ କୁହାଯାଇଛି।

Get real time updates directly on you device, subscribe now.