fbpx

ମୋର୍ବି ପରେ ଏବେ କର୍ଣ୍ଣାଟକର ଭକ୍ତଙ୍କ ଉପରେ ଖସିପଡ଼ିଲା ମନ୍ଦିରର ରଥ: ସାମ୍ନାକୁ ଆସିଲା Video

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାମରାଜନଗର ଜିଲ୍ଲାରେ ମଙ୍ଗଳବାର ଦିନ ସକାଳେ ଏକ ଦୁର୍ଘଟଣା ହେଉ ହେଉ ଅଳ୍ପକେ ଟଳିଯାଇଛି । ସେଠାରେ ମନ୍ଦିରର ରଥର ଏକ ଭାଗ ଭାଙ୍ଗିକରି ଶ୍ରଦ୍ଧାଳୁଙ୍କ ଉପରେ ଖସିପଡ଼ିଥିଲା । ରଥର ଏକ ଚକ ଭାଙ୍ଗିଯିବା ଫଳରେ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି । ରାଜ୍ୟର ଚାମରାଜନଗଡରେ ରଥୋତ୍ସବ କିମ୍ବା ରଥ ମହୋତ୍ସବ ଅବସରରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ, କିନ୍ତୁ ସେତିକିବେଳେ ଶ୍ରୀ ବୀରଭଦ୍ରେଶ୍ୱର ମନ୍ଦିରର ରଥର ଏକ ଅଂଶ ଓଲଟି ପଡି ଭକ୍ତଙ୍କ ଉପରେ ପଡ଼ିଥିଲା । କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଏହି ଘଟଣା ଚାମରାଜନଗର ଜିଲ୍ଲାର ଖାନପାନପୁରା ଗାଁରେ ଘଟିଛି ।

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ରଥର ଏକ ଅଂଶ ଭକ୍ତଙ୍କ ଉପରେ କିପରି ପଡୁଛି ତାହା ଦେଖିବାକୁ ମିଳୁଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚକ ଭାଙ୍ଗି ପ୍ରାୟ ୧୦୦ ଲୋକଙ୍କ ଭିଡ ଉପରେ ପଡ଼ିଯିବା ପରେ ରଥ ଭାରସାମ୍ୟ ହରାଇଥିଲା । କୁହାଯାଉଛି ଯେ ଲୋକମାନେ ରଥ ସହିତ ଏକ ଶୋଭାଯାତ୍ରା କରି କାର୍ତ୍ତିକ ମାସର ପର୍ବ ପାଳନ କରୁଥିଲେ । ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଆଘାତ ହେବାର ସୂଚନା ସାମ୍ନାକୁ ଆସିନାହିଁ ।

ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ । ଏପ୍ରିଲ ମାସରେ ସମାନ ଏପରି ଏକ ଶୋଭାଯାତ୍ରାରେ ତାମିଲନାଡୁରେ ବଡ଼ ଦୁର୍ଘଟଣା ଘଟିଥିଲା । ରାଜ୍ୟର ତାଞ୍ଜାଭୁର ଜିଲ୍ଲାରେ ରଥଯାତ୍ରା ସମୟରେ ରଥ ମନ୍ଦିରର ଏକ ଅଂଶ ଉଚ୍ଚ ଟେନସନ ଟ୍ରାନ୍ସମିସନ ଲାଇନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

 

Get real time updates directly on you device, subscribe now.