fbpx

(VIDEO)କ’ଣ ହୋଇଥିଲା ସେବେ; କାହିଁକି ଚାଲିଗଲେ ୮୪ ଗାଁର ପାଖାପାଖି ୬୦୦ ଲୋକେ…

ରାଜସ୍ଥାନ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ , ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ରହିଛି ଅନେକ ରହସ୍ୟମୟୀ ଘଟଣା । ଯାହା ଅଜିବି ଚର୍ଚ୍ଚାରେ ରହିଛି । ତେବେ ଭାରତରେ ମଧ୍ୟ ଏପରି ଅନେକ ସ୍ଥାନ ରହିଛି ଯାହା ବିଷୟରେ ଆଜି ବି କେହି କିଛି ଜାଣନ୍ତି ନାହିଁ । ଯାହା ଏବେବି ସମସ୍ତଙ୍କ ନିକଟରେ ରହସ୍ୟ ହୋଇ ରହିଛି । ତେବେ ସେଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ରାଜସ୍ଥାନର ଏକ ଛୋଟ ଗାଁ କୁଲଧରା । ଯେଉଁଠାରେ ରାତାରାତି ୮୪ ଗାଁର ପାଖାପାଖି ୬୦୦ ଲୋକ ଘରଛାଡି କେଉଁଆଡେ ଚାଲିଯାଇଥିଲେ । ସେହି ଦିନଠାରୁ ପୁରା ଗାଁ ଜନଶୂନ୍ୟ ହୋଇପଡିଛି । ଏଥିସହିତ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସନ୍ଧ୍ୟା ହେଲେ ସେଠାରୁ ଚିତ୍କାର ଓ ପାଉଁଜିର ଶବ୍ଦ ଶୁଭୁଛି । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ରହିଛି ପୁରା ଘଟଣା ।

କିମ୍ବଦନ୍ତି ଅନୁସାରେ କୁଲଧରା ବ୍ରାହ୍ମଣ ମାନଙ୍କର ଏକ ସମୃଦ୍ଧ ଗାଁ ଥିଲା । ସେଠାର ସଲିମ୍ ସିଂ ନାମକ ଏକ ଶକ୍ତିଶାଳୀ ରାଜା ଥିଲେ । ଯିଏକି ଗାଁର ମୁଖିଆଙ୍କ ଉପରେ ନିଜର ଲୋଲୁପ ଦୃଷ୍ଟି ପକାଇଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଝିଅର ବାପା ରାଜାଙ୍କ କଥାକୁ ମାନିନଥିଲେ । ଯାହାକୁ ନେଇ ରାଜା ରାଗିଯାଇ କହଥିଲେ ଯେ ଯଦି ମୋ ଆଜ୍ଞାର ପାଳନ କରା ନଯାଏ ସମଗ୍ର କୁଲଧରାବାସୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ରାଜାଙ୍କ ଏଭଳି କଥା ଶୁଣି ବ୍ରାହ୍ଣଣମାନେ ଏକ ପରିଷଦ ଗଠନ କରି ୮୪ ଗାଁର ୬୦୦ ପରିବାର ରାତାରାତି କେଉଁଆଡେ ଚାଲିଯାଇଥିଲେ । ସେମାନେ ଗାଁରୁ ଯିବା ପୂର୍ବରୁ ଅଭିଶାପ ଦେଲେ ଆମେ ଯିବା ପରେ ଏହି ଗାଁରେ କେହି ବସବାସ କରିପାରିବେ ନାହିଁ । ଯଦି କେହି ବସବାସ କରିବାକୁ ଚାହିଁବ କେବେବି ସେ ଖୁସିରେ ରହିପାରିବ ନାହିଁ ।

ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ କୁଲଧରା ଗାଁରେ ଥିବା ଘର ଭଗ୍ନ ଅବସ୍ଥାରେ ପଡି ରହିଛି । ଆଜି ପର୍ଯ୍ୟନ୍ତ ସେହି ଗାଁରେ ନାଁ କିଏ ବସବାସ କରୁଛନ୍ତି ନାଁ ସେଠାରେ କୌଣସି ଜନବସତି ଗଢି ଉଠିଛି । ତେବେ ଭାରତରେ ଥିବା ଭୂତ ଗାଁ ଭିତରୁ କୁଲଧରା ନାଁ ବି ସାମିଲ ରହିଛି । ପରବର୍ତ୍ତି ସମୟରେ ରାଜସ୍ଥାନ ସରକାର କୁଲଧରା ଗାଁକୁ ଭୂତ ଗାଁ ବୋଲି ଘୋଷଣା କରିଛନ୍ତି । ଏଥିସହ ଯିଏ ସେଠାକୁ ବୁଲିବାକୁ ଯାଉଛନ୍ତି ସନ୍ଧ୍ୟା ପୂର୍ବରୁ ଫେରିବାକୁ ସରକାରୀ ବୋର୍ଡରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.