fbpx

ଜୀବନରେ ୮୭ ଥର ବାହାହୋଇସାରିଛି ଏହି ବ୍ୟକ୍ତି: ୮୮ଥର ବର ହେବାକୁ ପୁରା ରେଡ୍ଡି!

‘ବାହା ହୋଇ ପସ୍ତଉଛି’ ବୋଲି ଅନେକ ବିବାହିତ ଲୋକଙ୍କ ମୁହଁରୁ ଆପଣମାନେ ନିଶ୍ଚିତ ଶୁଣିଥିବେ । ଗୋଟିଏ ସମ୍ପର୍କକୁ ସମ୍ଭାଳିବା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଉଛି । କିନ୍ତୁ କିଛି ସାହାସୀ ଲୋକ ଜୀବନ ଅନେକ ବିବାହ କରୁଛନ୍ତି । ସେହିପରି ଇଣ୍ଡୋନେସିଆର ଜଣେ ବ୍ୟକ୍ତି ଏତେ ଥର ବିବାହ କରିଛନ୍ତି, ଯାହା ଆପଣ କେବେ କଳ୍ପନା କରିନଥିବେ । ଆଶ୍ଚର୍ଯ୍ୟକର କଥା ହେଉଛି କି, ତାଙ୍କର ସଉକ୍ ଏବେ ବି ପୂରଣ ହୋଇନି ଓ ସେ ୮୮ତମ ବିବାହ କରିବାକୁ ଯାଉଛନ୍ତି ।

୬୧ ବର୍ଷୀୟ କାନ୍ ନାମକ ଜଣେ ବ୍ୟକ୍ତି ନିଜ ବୟସରୁ ଅଧିକ ଥର ଜୀବନରେ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି କି, ସେ ଏବେ ୮୮ତମ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଏଥର ସେ ନିଜ ପୂର୍ବ ପତ୍ନୀଙ୍କୁ ହିଁ ପୁନର୍ବାର ବିବାହ କରିବାକୁ ଯାଉଥିବା କୁହାଯାଉଛି, ଯାହାକୁ ସେ କିଛି ବର୍ଷ ପୂର୍ବରୁ ଛାଡ଼ପତ୍ର ଦେଇଥିଲେ । ଏହି ବ୍ୟକ୍ତିଙ୍କୁ ସ୍ଥାନୀୟ ଅଞ୍ଚଳରେ ‘ପ୍ଲେ ବଏ କିଙ୍ଗ’ କୁହାଯାଉଛି ।

ରିପୋର୍ଟ ଅନୁସାରେ, କାନ୍ ୧୪ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ ଓ ପ୍ରଥମ ପତ୍ନୀ ତାଙ୍କଠାରୁ ୨ ବର୍ଷ ବଡ଼ ଥିଲେ । ୨ ବର୍ଷ ପରେ ତାଙ୍କର ଛାଡ଼ପତ୍ର ହୋଇଥିଲା, କାହିଁକି ନା ତାଙ୍କୁ କାନଙ୍କ ବ୍ୟବହାର ଠିକ୍ ଲାଗିନଥିଲା । ଅନ୍ୟପଟେ ମୁଁ କୌଣସି ମହିଳାଙ୍କ ଭାବନା ସହିତ ଖେଳିନାହାନ୍ତି କାନ୍ କହିଛନ୍ତି । ସେବେଠାରୁ କାନଙ୍କ ବାହାଘର ହେଇ ଆସୁଛି, ଯାହାକି ଧମିବାର ନାଁ ନେଉନାହିଁ । କିନ୍ତୁ କାନଙ୍କର କେତେ ଛୁଆ ଅଛନ୍ତି, ତାହାର ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.