fbpx

ଶସ୍ତା ହେଲା ଆଇଫୋନ-୧୪.. ହେଲେ ଅଫର ନାହିଁ ଆମାଜୋନ ଓ ଫ୍ଲିପ କାର୍ଟରେ

ନୂଆଦିଲ୍ଲୀ: ଆପେଲ କମ୍ପାନୀର ଲାଟେଷ୍ଟ ଫୋନ ହେଉଛି ଆଇଫୋନ-୧୪ । ଏବେ ଏହାକୁ ଆପଣ ଶସ୍ତାରେ କିଣିପାରିବେ । ସ୍ମାର୍ଟ ଫୋନ ଉପରେ ୭ ହଜାର ଟଙ୍କାର ଡିସ୍କକାଉଣ୍ଟ ଲଗାଯାଇଛି । ଏହି ଡିସ୍କାଉଣ୍ଟ କେବଳ ଜିଓମାର୍ଟରେ ହିଁ ମିଳୁଛି । ଏହି ଆପରେ ଆପଣମାନେ ଆଇଫୋନକୁ ଶସ୍ତାରେ କିଣିପାରିବେ । ଆଇଫୋନ ୧୩ରେ ମଧ୍ୟ ସବୁ ଫିଏଚର ମିଳୁଛି । ଆସନ୍ତୁ ଜାଣିବା ଏହାର ଡିଟେଲ୍ସ ଉପରେ । କହିବାକୁ ଗଲେ କାହାକୁ ଡିସ୍କାଉଣ୍ଟ ପସନ୍ଦ ନୁହେଁ! ତାହା ପୁଣି ଆପେଲ ଫୋନରେ । ଏବେ ଲଂଚ ହୋଇଥିବା ଆଇଫୋନ-୧୪କୁ ଆପଣ ଅଫର ସହିତ କିଣିପାରିବେ ।ଏହି ଡିସ୍କାଉଣ୍ଟ କେବଳ ସୀମିତ ସମୟ ପାଇଁ ରହିଛି ।

ଏହାଛଡ଼ା ଆଇଫୋନ-୧୩ରେ ମଧ୍ୟ ଅଫର ଲାଗୁ କରାଯାଇଛି । ଯଦି ଆମେ ଆଇଫୋନ-୧୩କୁ ଆଇଫୋନ-୧୪ ସହ ତୁଳନା କରିବା, ତେବେ ତାହା ଏତେ ଭିନ୍ନ ନୁହେଁ । ଏହି ୨ଟି ମଡ଼େଲର ଦର ସମାନ ରହିଥିିବା ବେଳେ ୧୩ ମେଡ଼ଲ ଫୋନରେ ସେପ୍ଟେମ୍ବର ଅପଡ଼େଟ ମଧ୍ୟ ମିଳିବ । ଏହି ଅଫର ଆମାଜୋନ କିମ୍ବା ଫ୍ଲିପକାର୍ଟରେ ମିଳୁନାହିଁ । ଆଇଫୋନ-୧୪କୁ ଆପଣ ଜିଓମାର୍ଟ ଆପରେ କିଣିପାରିବେ । ଏହା ଉପରେ ସାତହଜାର ଟଙ୍କାର ଡ଼ିସ୍କାଉଣ୍ଟ ମିଳୁଛି । ତେବେ ଆଇଫୋନ-୧୪ର ମୂଲ୍ୟ ହେଉଛି ୭୯,୯୦୦ ଟଙ୍କା ହେଲେ ଏହା ଉପରେ ଅଫର ଲାଗି ୭୨,୯୦୦ ଟଙ୍କା ହୋଇଛି । ଏହି ଅଫର କେବଳ ସୀମିତ ସମୟ ପାଇଁ ଧାର୍ଯ୍ୟ କରାଯାଇଛି । ଅଫରଟି କେବଳ ଆଇଫୋନ-୧୪ ଉପରେ ଲାଗୁକରାଯାଇଛି । ଏହାକୁ ଛାଡ଼ି ଦେଲେ ଅନ୍ୟ ମୋବାଇଲର ଦାମ ଅରିଜିନାଲ ପ୍ରାଇସରେ ମିଳୁଛି ।

Get real time updates directly on you device, subscribe now.