fbpx

T20 WC ମଝିରେ ICC ନେଲା ବଡ ନିଷ୍ପତ୍ତି: ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ବଦଳିବ ନିୟମ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨ ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚରେ ଲାଗୁ ହେବ ଏହି ନୂଆ ନିୟମ । କୌଣସି ମ୍ୟାଚରେ ବିଜୟୀ ଦଳ ଚୟନ କରିବା ପାଇଁ ଏହି ନିୟମ ଖୁବ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ଡକୱର୍ଥ ଲୁଇସକୁ ନେଇ ଏହି ପରିବର୍ତ୍ତନ କରିଛି ଆଇସିସି ।

ଟି୨୦ ବିଶ୍ୱକପରେ ଅନେକ ମ୍ୟାଚ ବର୍ଷା କିମ୍ବା ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ଦେଖାଯାଇଛି । ଏମିତି ପରିସ୍ଥିତିରେ କେଉଁ ଦଳକୁ ବିଜୟୀ ଘୋଷଣା କରାଯିବ, ତାହା ଏକ ବଡ ସମସ୍ୟା ହୋଇଥାଏ । ତେଣୁ ଏଥିପାଇଁ ରନ ରେଟ୍ ହିଁ ଏକମାତ୍ର ସାହାରା ପାଲଟିଥାଏ । ତେବେ ବିଶ୍ୱକପର ସେମି ପାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଏହି ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି । ମ୍ୟଚରେ ଉଭୟ ଦଳ ଅତି କମ୍ ରେ ୧୦-୧୦ ଓଭର ଖେଳି ସାରିଥିଲେ ହିଁ ଡକୱର୍ଥ ଲୁଇସ ନିୟମ ଅନୁସାରେ କୌଣସି ନିଷ୍ପତ୍ତି ନିଆଯାଇ ପାରିବ । ଏଥିପାଇଁ ଏହି ମ୍ୟାଚ ଗୁଡିକ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଯଦି ଫାଇନାଲ କିମ୍ବା ସେମି ଫାଇନାଲର ନିର୍ଦ୍ଧାରିତ ତାରିଖରେ ଉଭୟ ଦଳ ଅତିକମ୍ ରେ ୧୦-୧୦ ଓଭର ଖେଳି ନ ପାରିବେ, ତେବେ ମ୍ୟାଚର ରେଜଲ୍ଟ ପାଇଁ ରିଜର୍ଭ ଡେ’ର ପ୍ରୟୋଗ କରାଯିବ ।

ଏହାବ୍ୟତୀତ ସେମି ଫାଇନାଲର ରିଜର୍ଭ ଡେ’ରେ ମଧ୍ୟ ଯଦି ମ୍ୟାଚ ସମାପ୍ତ ହୋଇ ନ ପାରିଲା, ତେବେ ଗ୍ରୁପ ଷ୍ଟେଜର ଟପ୍ ଟିମ ହିଁ ଫାଇନାଲରେ ପ୍ରବେଶ କରିବ । କିନ୍ତୁ ଯଦି ଫାଇନାଲରେ ଏମିତି ପରିସ୍ଥିତିର ସାମନା କରିବାକୁ ପଡେ, ତେବେ ଉଭୟ ଦଳକୁ ବିଜେତା ଭାବେ ଘୋଷଣା କରାଯିବ । ଗତ ୨୦୦୨ ମସିହା ଚମ୍ପିଆନ୍ସ ଟ୍ରଫିରେ ମଧ୍ୟ ଭାରତ ଏବଂ ଶ୍ରୀଲଙ୍କା ଯୁଗ୍ମ ବିଜେତା ଭାବେ ଘୋଷଣା ହୋଇଥିଲେ ।

ଏହାପରେ ଆଉ ଏକ ପ୍ରଶ୍ନ ରହିଛି ପଏଣ୍ଟ ଟେବୁଲକୁ ନେଇ । ଯଦି ପଏଣ୍ଟ ଟେବୁଲରେ ଉଭୟ ଦଳଙ୍କର ପଏଣ୍ଟ ସମାନ ରହିଥାଏ ତେବେ କେଉଁ ଦଳ ଫାଇନାଲରେ ପ୍ରବେଶ କରିବ ? ଏହି ପରିସ୍ଥିତିରେ ଉଭୟ ଦଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ସେମାନେ ଜିତିଥିବା ମ୍ୟାଚ ସଂଖ୍ୟା ଉପରେ । ଯେଉଁ ଦଳ ଗ୍ରୁପ ଷ୍ଟେଜରେ ଅଧିକ ମ୍ୟାଚରେ ବିଜୟଲାଭ କରିଥିବ ସେହି ଦଳ ଫାଇନାଲ ପାଇଁ ଟିକେଟ ପାଇବ ।

Get real time updates directly on you device, subscribe now.