fbpx

ଗରିବଙ୍କ ପାଇଁ ଖୁସି ଖବର: ରାଜ୍ୟକୁ ମିଳିବ ୯ ଲକ୍ଷରୁ ଅଧିକ PM Awas

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାକୁ ମିଳିବ ୯ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପୂର୍ବରୁ ଏନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ବାଟ ଫିଟିଛି । ନିକଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରଣାଳୟ ସହିତ ଯୋଗଯୋଗ କରି ରାଜ୍ୟର ହକ୍ ନେଇ ଆଲୋଚନା କରିଥିଲେ । ତେବେ ଏହାପରେ ରାଜ୍ୟ ସରକାରଙ୍କୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମଗାଯାଇଥିଲା ।

ତେବେ ୯ଟି ଜିଲ୍ଲାର ଯୋଗ୍ୟ ହିତାଧିକାରୀ, ବାତ୍ୟା ‘ଫନି’ ହିତାଧିକାରୀ ଓ ଅନ୍ୟ ବର୍ଗର ହିତାଧିକାରୀଙ୍କ ତାଲିକା ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିବା ଏକ ବିଶେଷ ସୂତ୍ରରୁ ଜରାପଡ଼ିଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୫.୫୯ ଲକ୍ଷ ହିତାଧିକାରୀଙ୍କୁ ପିଏମ୍ ଆବାସ ଯୋଜନାରେ ସାମିଲ କରିବା ନେଇ ସ୍ଥିର ହୋଇଛି । ଏଥିରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଶାଇ ୯ ଲକ୍ଷରୁ ଅଧିକ ହିତାଧିକାରଙ୍କୁ ଆବାସ ମିଳିବା ନେଇ ପ୍ରକ୍ରିୟା ଜାରି ରହିଛି ।

ଏହି ଯାଞ୍ଚ ପ୍ରକ୍ରିୟା ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସମାପ୍ତ ହେବ । ଏହାପରେ ସରକାର ନିର୍ଦ୍ଦେଶନାମା ଜାରି କରିବେ । ତେବେ ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପୂର୍ବ ପ୍ରତିଶ୍ରୁତି ପୂରଣ ହେବ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗତ ୨୦୧୯ ମସିହାରେ ଆବାସ ପ୍ଲସ ପୋର୍ଟାଲକୁ ବନ୍ଦ କରିଦେଇଥିଲେ । ସେ ସମୟରେ ରାଜ୍ୟ ସରକାର କେନ୍ଦ୍ରକୁ ୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ତାଲିକା ଦେଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟରେ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିଥିଲା । ହିତାଧିକାରୀଙ୍କ ତାଲିକାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଳା । ତେବେ ଖୁବଶୀଘ୍ର ରାଜ୍ୟବାସୀଙ୍କୁ ଖୁସି ଖବର ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.