fbpx

Happy Birthday Virat: ୩୪ ବର୍ଷରେ ପାଦ ଥାପିଲେ ରନ ମେସିନ ବିରାଟ କୋହଲି

୧୯୮୮ ମସିହା ନଭେମ୍ବର ୫ ତାରିଖ, ଭାରତର ରାଜଧାନୀ ଦିଲ୍ଲୀରେ ହୋଇଥିଲା କ୍ରିକେଟର ରାଜା । ପ୍ରେମ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନାଁ ଦେଇଥିଲେ ବିରାଟ, ବିରାଟ କୋହଲି । ଯିଏ ଆଜି ବିଶ୍ୱ କ୍ରିକେଟ ଇତିହାସରେ ପାଲଟିଯାଇଛନ୍ତି କିଙ୍ଗ କୋହଲି । ବାପା ମା’ଙ୍କର ଗୋଟିଏ ନାଁରୁ ଆଜି ବିଶ୍ୱ କ୍ରିକେଟ ଦେଇଛି ଅନେକ ନାଁ । କେବେ ବିରାଟ ତ କେବେ କିଙ୍ଗ୍, କେବେ ରନ୍ ମେସିନ ତ ଆଉ ପୁଣି କେବେ ଚେଜ୍ ମାଷ୍ଟର ଭାବରେ ସାରା ବିଶ୍ୱରେ ଆଜି ସେ ପରିଚୟ ପାଇଛନ୍ତି ।

ଭାରତୀୟ କ୍ରିକେଟର ବ୍ୟାଟିଂ ଫର୍ମାଟ ଏବଂ ଷ୍ଟାଇଲକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି ଦଳର ପୂର୍ବତନ ଅଧିନାୟକ । ବିରାଟଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଣି ଦିଏ ଭରପୂର ଆତ୍ମବିଶ୍ୱାସ । ଆଜି ଏହି ଷ୍ଟାଇଲିସ କ୍ରିକେଟର ତଥା ଟିମ ଇଣ୍ଡିଆର ଷ୍ଟାର ନିଜର ୩୪ ବର୍ଷ ବୟସରେ ପାଦ ଥାପିଛନ୍ତି । କ୍ରିକେଟ ଜଗତରେ ନିଜ ଆକ୍ରମକ ବ୍ୟାଟିଂ ପାଇଁ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ । ଏଥିପାଇଁ କ୍ରିକେଟର ସବୁ ଫର୍ମାଟରେ କୋହଲିଙ୍କ ଦବଦବା ବଜାୟ ରହିଛି । ଚଳିତ ଟି-୨୦ ବିଶ୍ୱକପରେ ଖୁବ ଗର୍ଜନ କରୁଛି ବିରାଟଙ୍କ ବ୍ୟାଟ୍ । ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ରନ ମେସିନ୍ । ସେଥିପାଇଁ ତାଙ୍କୁ ଆଇସିସି ପ୍ଲେୟର ଅଫ୍ ଦ ମନ୍ଥ ପାଇଁ ନୋମିନେଟ ମଧ୍ୟ କରାଯାଇଛି । କେବଳ ସେତିକି ନୁହେଁ ଭାରତକୁ ଅଣ୍ଟର-୧୯ ବିଶ୍ୱକପ୍ ଜିତାଇଥିବା ଅଧନିାୟକ ହେଉଛନ୍ତି ବିରାଟ କୋହଲି ।

ମଇଦାନକୁ ଓହ୍ଲାଇବା ମାତ୍ରେ ପଡିଆର ଚତୁର୍ଦିଗରେ ରନ୍ କରିବାର କ୍ଷମତା ରଖିଛନ୍ତି କୋହଲି । ତେଣୁ ଅଧିକାଂଶ ବୋଲରଙ୍କ ମନରେ ତାଙ୍କ ବ୍ୟାଟିଂ ଷ୍ଟାଇଲକୁ ନେଇ ଭୟ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବିରାଟ ସମସ୍ତ ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଇ ସାରିଛନ୍ତି । ୨୦୧୪ରେ ଟେଷ୍ଟ ଏବଂ ୨୦୧୭ରେ ସୀମିତ ଓଭରରେ ଅଧିନାୟକ ପଦ ପାଇଥିଲେ ବିରାଟ । ତାଙ୍କ ନେତୃତ୍ୱରେ ଦଳ କୌଣସି ଆଇସିସି ଟ୍ରଫି ହାସଲ କରିପାରିନାହିଁ । କିନ୍ତୁ ବିରାଟ କୋହଲି ନେତୃତ୍ୱ ବଳରେ ଟେଷ୍ଟରେ ନମ୍ବର୧ ଟିମର ଆଖ୍ୟା ପାଇଥିଲା । କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଚମ୍ପିଆନସିପର ଫାଇନାଲରେ ମଧ୍ୟ ପହଞ୍ଚିଥିଲା ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଟିମକୁ ସେମାନଙ୍କ ନିଜ ମାଟିରେ ହରାଇଛି ବିରାଟ ବାହିନୀ ।

ତବେ ଆଜି ଏହି ସୁପରଷ୍ଟାର କ୍ରିକେଟରଙ୍କ ୩୪ତମ ଜନ୍ମ ବାର୍ଷିକରେ ସାରା କ୍ରିକେଟ ଜଗତ ସହିତ ସାରା ବିଶ୍ୱ ଅଭିନନ୍ଦନ ଜଣାଇଛି । HAPPY BIRTHDAY VIRAT KOHLI@ 34

 

Get real time updates directly on you device, subscribe now.