fbpx

ବିଜେପିକୁ ଝଟକା, ଗୁଜରାଟ  ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ୪ ଥରର ବିଧାୟକ

ନୂଆଦିଲ୍ଲୀ: ଗୁଜୁରାଟ  ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଜୋରଦାର ଝଟକା। ପାର୍ଟିର ବରିଷ୍ଠ ନେତା ତଥା ଚାରି ଥରର ବିଧାୟକ ଜୟ ନାରାୟଣ ବ୍ୟାସ୍ ଦଳରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସେ କଂଗ୍ରେସ କିମ୍ବା ଆପ୍ ଦଳରେ ସାମିଲ୍ ହେବାର ବିକଳ୍ପ ଖୋଲା ରଖିଛନ୍ତି। ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ବ୍ୟାସ୍ କହିଛନ୍ତି, ମୁଁ ବିଜେପିରେ ବ୍ୟତିବ୍ୟସ୍ତ ହୋଇ ପଡିଥିଲି। ଏଥିପାଇଁ ପାର୍ଟିରୁ ଇସ୍ତଫା ଦେଇଛି। ମୁଁ ମୋର ସମସ୍ତ ବିକଳ୍ପ ଖୋଲା ରଖିଛି। ମୁଁ ସିଦ୍ଧପୁର ବିଧାନସଭା ଆସନରୁ ନିର୍ବାଚନ ଲଢିବି। ବ୍ୟକ୍ତିଗତ କାରଣରୁ ବିଜେପିରୁ ଇସ୍ତଫା ଦେଇଥିବା ଜୟ ନାରାୟଣ ବ୍ୟାସ୍ କହିଛନ୍ତି।

କଂଗ୍ରେସର ଜଣେ ନେତାଙ୍କ ମୁତାବକ, ଜୟ ନାରାୟଣ ବ୍ୟାସଙ୍କ ପାର୍ଟି ହାଇକମାଣ୍ଡଙ୍କ ସହ ଆଲୋଚନା ଚାଲିଛି। ସିଦ୍ଧପୁର ବିଧାନସଭା ଆସନରୁ ନାରାୟଣ ବ୍ୟାସ୍ ଟିକେଟ୍ ଚାହୁଁଛନ୍ତି। ଏଥିପାଇଁ ପାର୍ଟି ସହ ଆଲୋଚନା ଚାଲିଛି। ସର୍ଭେରୁ ଏହା ମଧ୍ୟ ଜଣା ପଡିଛି ଯେ, ନାରାୟଣ ଏବେ ବି ସିଦ୍ଧପୁର ବିଧାନସଭା ଆସନରେ ସବୁଠୁ ଲୋକପ୍ରିୟ ନେତା ରହିଛନ୍ତି। ସେ ଉକ୍ତ ଆସନରୁ ସାତ ଥର ନିର୍ବାଚନ ଲଢି ଚାରି ବିଜୟ ହାସଲ କରିଛନ୍ତି। ତେବେ ୨୦୧୭ ନିର୍ବାଚନରେ ସେ ପରାଜିତ ହୋଇଥିଲେ ଏବଂ କଂଗ୍ରେସର ଚନ୍ଦାଜୀ ଠାକରେ ବିଜୟୀ ହୋଇଥିଲେ। ଏବେ ଦେଖିବା ବାକି ରହିଲା ଯେ, ତାଙ୍କୁ କଂଗ୍ରେସ ସିଦ୍ଧପୁର ଆସନରୁ ସୁଯୋଗ ଦେଉଛି ନା ନାରାୟଣ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବେ?

ଜୟ ନାରାୟଣ ବ୍ୟାସଙ୍କ ପତିଆରା ଏଥିରୁ ଆପଣ ଅନୁମାନ କରି ପାରିବେ ଯେ, ୨୦୦୭ରେ ସିଦ୍ଧପୁରରୁ କଂଗ୍ରେସର ବଲବନ୍ତ ସିଂହ ରାଜପୁତଙ୍କୁ ହଟାଇବା ପରେ ତାଙ୍କୁ ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ କରାଯାଇଥିଲା। ସେ ପରିବାର କଲ୍ୟାଣ ଏବଂ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିଲେ। ଆମ୍ ଆଦମୀ ପାର୍ଟିର କହିବା କଥା ବ୍ୟାସଙ୍କ ସହ ଆମର ଆଲୋଚନା ଜାରି ରହିଛି। ଯଦି ଆଲୋଚନା ସଫଳ ହୁଏ ତେବେ ପାର୍ଟିରେ ସେ ସାମିଲ୍ ହୋଇ ପାରନ୍ତି।

Get real time updates directly on you device, subscribe now.