fbpx

ଗୁଜରାଟରେ ଆପ୍ ର ଏଣ୍ଟ୍ରି ପରେ ବିଜେପି-କଂଗ୍ରେସ ମଧ୍ୟରୁ କାହାର ହେବ କ୍ଷତି ? ସର୍ଭେରୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନର ତାରିଖ ଘୋଷଣା ପରଠୁ ପ୍ରମୁଖ ରାଜନୈତିକ ଦଳ ପ୍ରଚାରରେ ଜୁଟି ଯାଇଛନ୍ତି। ଗୁଜରାଟରେ ଡିସେମ୍ବର ୧ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଫଳାଫଳ ଘୋଷଣା ହିମାଚଳ ପ୍ରଦେଶ ସହିତ ଡିସେମ୍ବର ୮ରେ ହେବ। ଗୁଜରାଟ ନିର୍ବାଚନକୁ ନେଇ ଏହା ମଧ୍ୟରେ ସି ଭୋଟର୍ସର ଓପିନିୟନ ପୋଲ୍ ସାମ୍ନାକୁ ଆସିଛି। ଗତ ନିର୍ବାଚନ ତୁଳନାରେ ଏଥର ଗୁଜରାଟ ବିଧାନସଭା ନିର୍ବାଚନ ଭିନ୍ନ ହେବାକୁ ଯାଉଛି। ବିଜେପି ଏବଂ କଂଗ୍ରେସ ସହିତ ମଇଦାନକୁ ପ୍ରଥମ ଥର ଓହ୍ଲାଉଛି ଆମ୍ ଆଦମୀ ପାର୍ଟି।ତେଣୁ ଏଥର ନିର୍ବାଚନରେ ତ୍ରିମୂଖୀ ଲଢେଇ ହେବାକୁ ଯାଉଛି।

ସର୍ଭେରେ ଜନତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଗୁଜରାଟରେ ଆପ୍ ର ଅଭ୍ୟୁଦୟରେ କେଉଁ ପାର୍ଟିର କ୍ଷତି ଘଟିବ ? ଉତ୍ତରରେ ୪୫ ପ୍ରତିଶତ ଲୋକଙ୍କ କହିବା କଥା ଏଥିରେ ବିଜେପିର କ୍ଷତି ଘଟିବ। ୫୦ ପ୍ରତିଶତ ଲୋକେ କହିଛନ୍ତି, ସେମାନେ କଂଗ୍ରେସକୁ ଭୋଟ୍ ଦେବେ। ଆଉ ପାଞ୍ଚ ପ୍ରତିଶତ ଭୋଟ୍ ଆପ୍ କୁ ମିଳିବ ବୋଲି କହିଛନ୍ତି।

ଏହା ବାଦ୍ ଏବିପି-ସି ଭୋଟର୍ସର ସର୍ଭେ ଅନୁଯାୟୀ, ରାଜ୍ୟରେ ବିଜେପିକୁ ମୋଟ୍ ୧୮୨ ଆସନରୁ ୧୩୧-୧୩୯ ଆସନ ମିଳିପାରେ। ୨୦୦୨ ବିଧାନସଭା ନିର୍ବାଚନରେ ବିଜେପି ହିନ୍ଦୁତ୍ଵ ଲହର ବଳରେ ୧୨୭ ସିଟ୍ ଜିତିବାରେ ସଫଳ ହୋଇଥିଲା। ଅର୍ଥାତ ଏଥର ବିଜେପି ପୁରୁଣା ରେକର୍ଡ ଭାଙ୍ଗିପାରେ। ଗତ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିବା କଂଗ୍ରେସର ଆସନ ସଂଖ୍ୟା ୩୧ ରୁ ୩୯ ଭିତରେ ରହିପାରେ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଗୁଜରାଟରେ ସରକାରରେ ଥିବା ବିଜେପିକୁ କ୍ଷମତାଚ୍ୟୁତ୍ କରିବା ପାଇଁ ବିରୋଧୀ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଅଣ୍ଟା ଭିଡିଛନ୍ତି। ସେପଟେ ବିଜେପି ମଧ୍ୟ ନଜର ଗଡ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। କାରଣ ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଗୁଜରାଟ ନିର୍ବାଚନ ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ଏକ ପରୀକ୍ଷା।

Get real time updates directly on you device, subscribe now.