fbpx

ସାଇରସ୍ ମିସ୍ତ୍ରୀ ଦୁର୍ଘଟଣା: ମହିଳା ଗାଡ଼ି ଚାଳକଙ୍କ ନାମରେ ଦାୟର ହେଲା ମାମଲା

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ଏହି ମାମଲାରେ ପୋଲିସ ଗାଡ଼ି ଡ୍ରାଇଭର ଅନହିତା ପଣ୍ଡୋଲାଙ୍କ ନାମରେ କେସ୍ ଦାୟର କରିଛି । ଦୁର୍ଘଟଣା ସମୟରେ ଅନହିତା ଡ୍ରାଇଭିଂ କରୁଥିଲେ । ଗତ ସେପ୍ଟେମ୍ବର ୪ ତାରିଖରେ ଏକ ରୋଡ଼ ଆକ୍ସିଡେଣ୍ଟରେ ସାଇରସଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ତେବେ ସୂଚନା ମୁତାବକ, ଅନହିତାଙ୍କ ନାମରେ ଦାୟିତ୍ୱହୀନତା ଭାବେ ଗାଡ଼ି ଚାଳନା, ମଣିଷ ଜୀବନକୁ ବିପଦରେ ପକାଇବା, ଦାୟିତ୍ୱହୀନତା ଡ୍ରାଇଭିଂର ଧାରା ଓ ମୋଟର ଯାନ ଅଧିନିୟମ ଧାରାରେ ମାମଲା ଦାୟର କରାଯାଇଛି । ବିଖ୍ୟାତ ଭାରତୀୟ ବିଜିନେସ ଟାଇକୁନ୍ ଶାପୁରଜୀ ପାଲୋନଜୀ ମିସ୍ତ୍ରୀଙ୍କ କନିଷ୍ଠ ପୁତ୍ର ସାଇରସ୍ ମାତ୍ର ୫୪ ବର୍ଷ ବୟସରେ ଏ ଦୁନିଆକୁ ଅଲବିଦା ଜଣାଇଥିଲେ ।

ସାଇରସଙ୍କ ମୃତ୍ୟୁ ପରେ କାରର ସୁରକ୍ଷାକୁ ଅନେକ ପ୍ରଶ୍ନ ଉଠିଥିଲା । ଦୁର୍ଘଟଣା ସମୟରେ କାରର ପଛରେ ବସିଥିବା ସାଇରସ ସିଟ୍ ବେଲ୍ଟ ପିନ୍ଧି ନଥିଲେ । ଏହି ଘଟଣା ପରେ କାର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ସାଇରସ୍ ଏକ କାରରେ ଯାଉଥିବା ସମୟରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିବା ସମୟରେ ଦ୍ୱିପ୍ରହର ପାଖାପାଖି ୩.୧୫ରେ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.