fbpx
BSKY SKY
BSKY SKY

KGF Star ରକିଭାଇଙ୍କ ଷ୍ଟାରଡମ୍ ଆକାଶକୁ ଛୁଇଁଛି: ବାପା କିନ୍ତୁ ଆଜି ବି ବସ୍ ଡ୍ରାଇଭିଂ କରୁଛନ୍ତି!

BSKY

ନୂଆଦିଲ୍ଲୀ: କେଜିଏଫ ଷ୍ଟାର ୟଶ ଓରଫ ରକିଭାଇଙ୍କୁ କିଏ ବା ନ ଜାଣେ । କେଜିଏଫ ଫିଲ୍ମ ମାଧ୍ୟମରେ ଖୁବ୍ କମ୍ ସମୟରେ ସାଉଥ ଷ୍ଟାର ୟଶ ନିଜର ଏକ ସ୍ୱତନ୍ତ୍ର ଷ୍ଟାରଡମ୍ ତିଆରି କରିବାରେ ସକ୍ଷମ ହୋଇଥିଲେ । କେଜିଏଫ ପାଇଁ କେବଳ ରକିଭାଇ ନୁହନ୍ତି, ଫିଲ୍ମ ସହିତ ଜଡ଼ିତ ଅନେକ ବ୍ୟକ୍ତିଙ୍କ ଭାଗ୍ୟ ରାତାରାତି ବଦଳି ଯାଇଥିଲା । ଆଜି ୟଶଙ୍କ ପାଖରେ କୋଟି କୋଟି ଟଙ୍କା ରହିଥିବା ବେଳେ ତାଙ୍କର ଫିଲ୍ମକୁ ଦର୍ଶକ ଚାତକ ପରି ଚାହିଁ ରହୁଛନ୍ତି ।

ତେବେ ୟଶଙ୍କ ପାରିବାରିକ ଜୀବନ ବିଷୟରେ ଅନେକ ଲୋକ ହୁଏତ ଜାଣିନଥିବେ । ଜଣେ ବସ ଡ୍ରାଇଭରଙ୍କ ପୁଅ ଆଜି କେଜିଏଫ ଷ୍ଟାର ପାଲଟି ଯାଇଥିଲେ ହେଁ ବାପା କିନ୍ତୁ ନିଜର ପୁରୁଣା ପେଶା ଛାଡ଼ି ନାହାନ୍ତି । ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୨ରେ ନିଜର ପିତାମାତାଙ୍କ ବିଷୟରେ ୟଶଙ୍କୁ ପ୍ରଶ୍ନ କରାଯାଇଥିଲା । ଏତେବଡ଼ ଫିଲ୍ମଷ୍ଟାର ହେବା ପରେ ତାଙ୍କର ପିତାଙ୍କର ପୁତ୍ରର ସଫଳତାକୁ ନେଇ କ’ଣ ପ୍ରତିକ୍ରିୟା ରହିଛି ସେନେଇ ପ୍ରଶ୍ନ ପଚରା ଯାଇଥିଲା ।

ଏହାର ଉତ୍ତରରେ ୟଶ କହିଥିଲେ, ମୁଁ କେତେବଡ଼ ଷ୍ଟାର ତାହା ମୋର ପିତା ଜାଣନ୍ତି ନାହିଁ । ମୋର ପିତାମାତାଙ୍କ ଜୀବନ କିଛି ବି ବଦଳି ନାହିଁ । ଯେଉଁ ସମୟରେ ମୋର ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ ରାମାଚାରୀ’ ସବୁଠାରୁ ବଡ଼ ବ୍ଲକବଷ୍ଟର ହୋଇଥିଲା, ସେ ସମୟରେ ମଧ୍ୟ ମୋର ପିତା ଡ୍ରାଇଭିଂ କରୁଥିଲେ । ସେ କ୍ୱଚିତ ମୋର ଫିଲ୍ମ ଇଭେଣ୍ଟକୁ ଦେଖିବାକୁ ଆସିଥାନ୍ତି । ମୋର ବାପା ଘରେ ମୋର ସବୁଠାରୁ ପ୍ରିୟ ବନ୍ଧୁ ଅଟନ୍ତି । ସେ ଆଜି ବି ମୋତେ ପୂର୍ବ ପରି ଟିଟ୍ କରନ୍ତି । ଘର ସର୍ବଦା ପୂର୍ବ ପରି ରହିବା ଜରୁରୀ, ଏହା ନହେଲେ ଆପଣ ଜୀବନରେ କିଛି ବି ଭାବି ପାରିବେ ନାହିଁ ।

Get real time updates directly on you device, subscribe now.